Posted inଖେଳ

ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

ଚିବା(ଜାପାନ),୫।୮: ଭାରତୀୟ ରେସ୍‌ଲର ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। ବୁଧବାର ସେ ୫୭ କେ.ଜି. ବର୍ଗ ସେମିଫାଇନାଲରେ କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି। ଭାରତର ଦ୍ୱିତୀୟ ରେସ୍‌ଲର ଭାବେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଥିବା ରବି ଏବେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ। ଅନ୍ୟତମ ରେସ୍‌ଲର ଦୀପକ ପୁନିଆ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ସେ ବ୍ରୋଞ୍ଜ ପଦକ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ନୀରଜ ଚୋପ୍ରା। ଯୋଗ୍ୟତା ପର୍ଯ୍ୟାୟରେ ସେ ୮୬.୬୫ ମିଟର ଥ୍ରୋ କରି ଅନ୍ୟ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଛନ୍ତି। ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ ୬୯ କେଜି ବିଭାଗ ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ବୁସେନାଜ ସୁର୍ମେନେଲିଙ୍କଠାରୁ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ଆର୍ଜେଣ୍ଟିନାଠାରୁ ୧-୨ ଗୋଲରେ ପରାଜିତ ହୋଇଛି। ଏହି ଦଳ ବ୍ରୋଞ୍ଜ ପଦକ ମୁକାବିଲାରେ ଗ୍ରେଟ୍‌ ବ୍ରିଟେନକୁ ଭେଟିବ।
ଦହିୟାଙ୍କ ପୂର୍ବରୁ ସୁଶୀଲ କୁମାର ଏକମାତ୍ର ଭାରତୀୟ ଭାବେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ବାଉଟ୍‌ରେ ପ୍ରବେଶ କରିଥିଲେ। ତେବେ ସେ ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲେ। ଦହିୟା ଏବେ ପଞ୍ଚମ ରେସ୍‌ଲର ଭାବେ ଅଲିମ୍ପିକ ପଦକ ହାସଲ କରିବା ନିଶ୍ଚିତ ହୋଇଛି। ହରିୟାଣାର ନହରି ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଦହିୟା ଇଭେଣ୍ଟରେ ଚତୁର୍ଥ ସିଡ୍‌ ମାନ୍ୟତା ପାଇଥିଲେ। ସେ ସାନାୟେଭଙ୍କ ବିପକ୍ଷରେ ୨-୯ରେ ପଛରେ ପଡ଼ିଥିଲେ। କିନ୍ତୁ ଏହାପରେ ଦହିୟା ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଡବଲ ଲେଗ୍‌ ଆଟାକ କରି ବିଜୟୀ ହୋଇଥିଲେ। ଗୋଟିଏ ମିନିଟ ପୂର୍ବରୁ ସେ ବାଜି ମାରିନେଇଥିଲେ।
ଏହା ମୋ ପାଇଁ ଏକ ବଡ଼ ସଫଳତା ବୋଲି ବିଜୟ ପରେ ଦହିୟା କହିଛନ୍ତି। ତେବେ କାର୍ଯ୍ୟ ଶେଷ ହୋଇନାହିଁ। ସ୍ବର୍ଣ୍ଣ ପଦକ ଜିତିବା ମୋର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଗୁରୁବାର ଫାଇନାଲ ବାଉଟ୍‌ରେ ସେ ଏବେକାର ବିଶ୍ୱ ଚାମ୍ପିୟନ ରୁଷିଆର ଜାଭୁର ଉଗୁଏଭଙ୍କୁ ଭେଟିବେ। ପୂର୍ବରୁ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ସେ ଉଗୁଏଭଙ୍କଠାରୁ ପରାସ୍ତ ହୋଇଥିଲେ। ପ୍ରଥମେ ବୃହତ୍‌ ବ୍ୟବଧାନରେ ପଛରେ ପଡିଥିଲେ ମଧ୍ୟ ଦହିୟା ହତୋତ୍ସାହ ହୋଇ ନ ଥିଲେ। ସେ ମାନସିକ ଦୃଢ଼ତାର ପରିଚୟ ଦେଇ ମୁକାବିଲାକୁ ନିଜ ଅକ୍ତିଆରକୁ ନେଇଥିଲେ। ପ୍ରଥମ ପିରିୟଡ ଶେଷ ସୁଦ୍ଧା ଦହିୟା ୨-୧ରେ ଅଗ୍ରଣୀ ହୋଇଥିଲେ। କିନ୍ତୁ ସାନାୟେଭ ପୂର୍ଣ୍ଣ ପ୍ରସ୍ତୁତିର ସହ ଦହିୟାଙ୍କ ବାମ ଗୋଡକୁ ଆଟାକ କରିଥିଲେ ଓ ୬ ପଏଣ୍ଟ ହାସଲ କରି ନେଇଥିଲେ। ତେବେ ଏହାର ଗୋଟିଏ ମିନିଟ୍‌ ପରେ ସେ ମୁକାବିଲାର ପଟ ପରିବର୍ତ୍ତନ କରିଥିଲେ। ଦହିୟା ପ୍ରଥମ ମୁକାବିଲାରେ କଲମ୍ବିଆର ଟାଇଗ୍ରେରୋସ ଉରବାନୋଙ୍କୁ ୧୩-୨ର ହରାଇଥିଲେ। ଏହାପରେ ସେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ ଭାନଗେଲୋଭଙ୍କୁ ୧୪-୪ରେ ହରାଇଥିଲେ।
ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଦହିୟା ଅଭ୍ୟାସ କରୁଥିଲେ। ଏହି ଷ୍ଟାଡିୟମରେ ଅଭ୍ୟାସ କରି ସୁଶୀଲ କୁମାର ଓ ଯୋଗେଶ୍ୱର ଦତ୍ତ ମଧ୍ୟ ଅଲିମ୍ପିକ ପଦକ ହାସଲ କରିଥିଲେ। କୋଚ୍‌ ସତ୍‌ପାଲ ସିଂ ଦହିୟାଙ୍କ ପ୍ରଦର୍ଶନକୁ ଐତିହାସିକ ବୋଲି କହିଛନ୍ତି। ୮ ଅଙ୍କ ପଛରେ ରହି ଦହିୟା ଯେଉଁଭଳି ଭାବେ ପ୍ରତ୍ୟାବର୍ତ୍ତନ କଲେ ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ସେ ସ୍ବର୍ଣ୍ଣ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ଦହିୟା କାଜାଖସ୍ତାନର ଅଲମାଟିରେ ଓ ୨୦୨୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୧୯ରେ ନୁର ସୁଲତାନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୧୮ରେ ବୁକାରେଷ୍ଟରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ଓ ୨୦୧୫ରେ ବିଶ୍ୱ ଜୁନିୟର ରେସ୍‌ଲିଂରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ।
ପୂର୍ବରୁ କେ.ଡି. ଯାଦବ ପ୍ରଥମ ଭାରତୀୟ ରେସ୍‌ଲର ଭାବେ ୧୯୫୨ ହେଲସିଙ୍କି ଅଲିମ୍ପିକ୍ସରେ ପଦକ ହାସଲ କରିଥିଲେ। ସେ ବ୍ରୋଞ୍ଜ ପଦକ ହାସଲ କରି ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ବିଜେତା ସାବ୍ୟସ୍ତ ହୋଇଥିଲେ। ଏହାପରେ ସୁଶୀଲ କୁମାର ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହାର ୪ ବର୍ଷ ପରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସୁଶୀଲ ଭାରତର ପ୍ରଥମ ଆଥ୍‌ଲେଟ ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିବାର ବିରଳ ସଫଳତା ପାଇଥିଲେ। ବର୍ତ୍ତମାନ ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଦ୍ୱିତୀୟ ଭାରତୀୟ ଖେଳାଳିଭାବେ ଦୁଇଟି ଅଲିମ୍ପିକ ପଦକ ହାସଲ କରି ସୁଶୀଲଙ୍କ ସମକକ୍ଷ ହୋଇଛନ୍ତି। ୨୦୧୨ ଅଲିମ୍ପିକ୍ସରେ ଅନ୍ୟତମ ରେସ୍‌ଲର ଯୋଗେଶ୍ୱର ଦତ୍ତ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହାପରେ ମହିଳା ରେସ୍‌ଲର ସାକ୍ଷୀ ମଲିକ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ମଧ୍ୟ ରେସ୍‌ଲିଂରେ ପଦକ ହାସଲ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri