Categories: ବାଣିଜ୍ୟ

ବେଦାନ୍ତରେ ଯୋଗଦେଲେ ରବି ପାଲିୱାଲ

ନୂଆଦିଲ୍ଲୀ,୭।୮: ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରବି ପାଲିୱାଲଙ୍କୁ ଆଶ୍‌ ମ୍ୟାନେଜମେଣ୍ଟଟର ସିଇଓ ଭାବେ ନିଯୁକ୍ତି ଘୋଷଣା କରିଛି। ରବି ମୁଖ୍ୟତଃ ପାଊଁଶ ପରିଚାଳନା କାର୍ଯ୍ୟର ତଦାରଖ କରିବେ,ଉତ୍ସ ଦକ୍ଷତା ବୃଦ୍ଧି ପାଇଁ ଟେକ୍ନୋଲୋଜି ଏବଂ ପ୍ରକ୍ରିୟା ଉପରେ ଧ୍ୟାନଦେବେ ଏବଂ ତାପଜ ବିଦ୍ୟୁତ୍‌ ଉତ୍ପାଦନର ବହୁମୂଲ୍ୟ ଉପ-ଉତ୍ପାଦକୁ ବ୍ୟବହାରକରିବା ତଥା ବୃତ୍ତାକାର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଉପାୟ ଅନୁସନ୍ଧାନ କରିବେ। ବେଦାନ୍ତ ଆଲୁମିନିୟମ ବ୍ୟତୀତ ରବି ବେଦାନ୍ତର ଶକ୍ତି ବ୍ୟବସାୟ (ଯେଉଁଥିରେ ତଲୱାଣ୍ଡି ସାବୋ ପାୱାର ପ୍ଲାଣ୍ଟ,ମୀନାକ୍ଷୀ ଶକ୍ତି ଏବଂ ଆଥେନା ଅନ୍ତର୍ଭୁକ୍ତ) ଏବଂ ହିନ୍ଦୁସ୍ଥାନ ଜିଙ୍କ୍‌ ଲିମିଟେଡ୍‌ର ପାଉଁଶ ପରିଚାଳନା କାର୍ଯ୍ୟ ମଧ୍ୟ ତୁଲାଇବେ। ବେଦାନ୍ତରେ ଯୋଗଦେବା ପୂର୍ବରୁ ସେ ବଜାଜ ଏନର୍ଜିରେ ଚୁକ୍ତି, ବାଣିଜ୍ୟ ଏବଂ ସାମଗ୍ରୀର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଜେଏସ୍‌ଡବ୍ଲ୍ୟୁ ଏନର୍ଜି ଏବଂ ନବା ପାୱାର (ଲାର୍ସେନ୍‌ ଆଣ୍ଡ ଟୁବ୍ରୋ)ରେ ମଧ୍ୟ ବରିଷ୍ଠ ପରିଚାଳକ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏପରିକି କ୍ରୟ କାର୍ଯ୍ୟ, ଯୋଗାଣ ଶୃଙ୍ଖଳା ପରିଚାଳନା, ବିକ୍ରେତା ବିକାଶ ଏବଂ ସେବା ଚୁକ୍ତିରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଆମେ ଆମର ଆଶ୍‌ ମ୍ୟାନେଜମେଣ୍ଟର ନୂତନ ସିଇଓ ଭାବେ ରବି ପାଲିୱାଲ୍‌ଙ୍କୁ ଆମ ପରିବାରକୁ ସ୍ବାଗତ କରୁଛୁ। ଏପରିକି ତାଙ୍କର ସମୃଦ୍ଧ ଅଭିଜ୍ଞତା ଏବଂ ଅନ୍ତର୍ଦୃଷ୍ଟି ଆମର ଆଶ୍‌ ମ୍ୟାନେଜମେଣ୍ଟ ପଦକ୍ଷେପଗୁଡ଼ିକରେ ଅଧିକ ଉତ୍କର୍ଷ ଚଳାଇବାରେ ଚାବିକାଠି ହେବ।

Share