Categories: ଖେଳ

ଡବ୍ଲ୍ୟୁଟିସି ଫାଇନାଲରେ କେ ଏଲ୍‌ ରାହୁଲଙ୍କୁ କରାଯାଉ ଭାରତର ଉଇକେଟକିପର: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୭୫ ରନ୍‌ର ଇନିଂସ ଖେଳିବା ଦଳକୁ ବିଜେତା କରିବାରେ ପ୍ରମୁଖ ଯୋଗଦାନ ଦେଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ। ଏକ ସମୟରେ ତାଙ୍କୁ ଦଳରୁ ବାଦ ଦିଆଯାଉ ବୋଲି କହୁଥିବା ସମାଲୋଚକମାନେ ଏବେ ତାଙ୍କର ପ୍ରଶଂସା କରିବାକୁ ପଛାଉନାହାନ୍ତି। ଏହିକ୍ରମରେ ପୂର୍ବତନ ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ଜୁନ୍‌ରେ ‘ଦ ଓଭାଲ’ରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ତାଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି। ତାଙ୍କର ଉପସ୍ଥିତିରେ ଦଳର ବ୍ୟାଟିଂ ଲାଇନ୍‌-ଅପ୍‌ ମଜଭୂତ ହେବ ବୋଲି ସେ କହିଛନ୍ତି।

ଇଂଲଣ୍ଡରେ ରାହୁଲଙ୍କ ଭଲ ରେକର୍ଡ ରହିଛି। ହେଲେ ଖରାପ ଫର୍ମକୁ ନେଇ ତାଙ୍କୁ ସ୍ବଦେଶରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ହେଲେ ସେ ଫର୍ମକୁ ଫେରିବା ପରେ ଶାସ୍ତ୍ରୀ କହିଛନ୍ତି, ରାହୁଲ ଡବ୍ଲ୍ୟୁଟିସି ଫାଇନାଲରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିପାରିବେ। କାରଣ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ କେ ଏସ୍‌ ଭରତ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି। ରାହୁଲ ଉଇକେଟକିପିଂକଲେ ତାଙ୍କର ବ୍ୟାଟିଂ ମଜଭୂତ ହେବ। ସେ ୫ମ ଏବଂ ୬ଷ୍ଠ ସ୍ଥାନରେ ବ୍ୟାଟିଂ କରିପାରନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।

Share