Categories: ଜାତୀୟ

ଭାରତରୁ ୩ ଅଭିଶାପ ହଟାଇବାକୁ ଆହ୍ବାନ କଲେ ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୯।୮: ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବଂଶବାଦ, ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତି ବିରୋଧରେ ଭାଜପାର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ ରବି ଶଙ୍କର କହିଛନ୍ତି, ଭାଜପା ଦୁର୍ନୀତି ଏବଂ ବଂଶବାଦ ରାଜନୀତିକୁ ଭାରତରୁ ହଟାଇବାକୁ ଆହ୍ବାନ କରୁଛି।
ଅଗଷ୍ଟ ୯,୧୯୪୨ରେ ମହାତ୍ମା ଗାନ୍ଧୀଙ୍କ ବ୍ରିଟିଶ ବିରୁଦ୍ଧରେ ଭାରତ ଛାଡ ଆନ୍ଦୋଳନର ଡାକରା ଦେଇଥିଲା। ଭାରତ ଛାଡ ଆନ୍ଦୋଳନର ବାର୍ଷିକୀ ପାଳନ ଅବସରରେ ଭାଜପା ବିପକ୍ଷ ଦଳ ବିରୋଧରେ ପ୍ରଚାର ଅଭିଯାନ ଆରମ୍ଭ କରିଛି।  ବଂଶବାଦ ରାଜନୀତି ଦେଶରେ ଦୁର୍ନୀତି ଆଣିଥାଏ ବୋଲି ରବି ଶଙ୍କର କହିଛନ୍ତି। ତୃଣମୂଳ କଂଗ୍ରେସ, ରାଷ୍ଟ୍ରିୟ ଜନତା ଦଳ, ଡିଏମ୍‌କେ ଶାସିତ ରାଜ୍ୟଗୁଡ଼ିକରେ ହୋଇଥିବା ଘୋଟାଲା ବିଷୟରେ ସେ କହିଥିଲେ।
ରବି ଶଙ୍କର ପ୍ରସାଦ କହିଛନ୍ତି, ଯଦି ଦେଶକୁ ସୁରକ୍ଷା କରିବାର ଅଛି ତେବେ ରାଜନୀତିରେ ଶୁଦ୍ଧତା ଫେରାଇ ଆଣିବାକୁ ହେବ ଏବଂ ଦେଶକୁ ବଞ୍ଚାଇବାକୁ ପଡିବ, ତେବେ ବଂଶବାଦ, ଦୁର୍ନୀତି ଏବଂ ତୁଷ୍ଟୀକରଣ ଭଳି ୩ଟି ଅଭିଶାପକୁ ଭାରତ ଛାଡିବାକୁ ପଡ଼ିବ।

Share