Categories: ଜାତୀୟ

ରବି ଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ

ନୂଆଦିଲ୍ଲୀ,୯।୨: ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ଆମେରିକାର ଏକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନରେ ସମ୍ମାନୀତ କରାଯାଇଛି। ବିଶ୍ୱବାସୀଙ୍କ ପାଇଁ ରବିଶଙ୍କରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଥିବା ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ରବିଶଙ୍କର ଆଧ୍ୟାତ୍ମିକ ଗୁରୁ ଭାବେ ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସେତୁ ବାନ୍ଧି ପାରିଥିବା ବୋଷ୍ଟନର ଉତ୍ତରପୂର୍ବ ଆଧ୍ୟାତ୍ମ ସନ୍ଦେଶ ଏବଂ ସେବା କେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ସେଥିପାଇଁ ତାଙ୍କୁ ଏହି ସମ୍ଭାନରେ ସମ୍ମାନୀତ କରାଯାଇଥିବା ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ଆଧ୍ୟାତ୍ମିକ ପରାମର୍ଶଦାତା ଆଲେକ୍ସଜାଣ୍ଡାର ଲେଭରିଂ କେର୍ନ କହିଛନ୍ତି।

Share