ରବି ଶାସ୍ତ୍ରୀଙ୍କ ଦୁଃଖ

ନୂଆଦିଲ୍ଲୀ,୧୫।୧୧: ସମସ୍ତ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ନିର୍ଭୟରେ କ୍ରିକେଟ ଖେଳିବା ସତ୍ତ୍ୱେ ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମ୍ମାନଜନକ କାର୍ଯ୍ୟକାଳ ମଧ୍ୟରେ ଆଇସିସି ଇଭେଣ୍ଟରେ ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ ଭାରତ। କୋଚିଂ କାର୍ଯ୍ୟକାଳ ଶେଷ ହେବାର କିଛି ଦିନ ପରେ ପୂର୍ବତନ କ୍ରିକେଟର ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳ ସହ ତାଙ୍କର ଅବିଶ୍ୱସନୀୟ ଯାତ୍ରା ଅନୁଭୂତି ବାଣ୍ଟିଥିଲେ। ସେ କହିଛନ୍ତି, କୋହଲିଙ୍କ ନେତୃତ୍ୱାଧୀନ ଦଳ ତାଙ୍କ ଆଶାଠାରୁ ଅଧିକ ହୋଇଛି। ପାଞ୍ଚ ବର୍ଷ ପୂର୍ବେ ମୁଁ ଦାୟିତ୍ୱ ଗ୍ରହଣ ପରେ ଦଳ ଠାରୁ ଲୋକଙ୍କ ଆଶା ବଢିଥିଲା ଏବଂ ଏହା ମୋ ପାଇଁ ସବୁଠୁ ବଡ କଥା। ତେବେ କୌଣସି ଆଇସିସି ଟ୍ରଫି ନ ଜିତିବା ଦୁଃଖର ବିଷୟ ନୁହେଁ, ବର୍ଷ ବର୍ଷ ଧରି ଦଳ ସମସ୍ତ ଫର୍ମାଟରେ ଏତେ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଏହା ନୈରାଶ୍ୟଜନକ, କାରଣ ମୋ ମନରେ ଏହି ଦଳ ଅତି କମରେ ୨ଟି ଆଇସିସି ଟ୍ରଫି (ମୋ କାର୍ଯ୍ୟକାଳ ମଧ୍ୟରେ) ଜିତିବା ପାଇଁ ଯଥେଷ୍ଟ ସୁଯୋଗ ଥିଲା। ଯାହା ହୋଇପାରି ନ ଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ଶାସ୍ତ୍ରୀ ତାଙ୍କର ଚମତ୍କାର କାର୍ଯ୍ୟ ସମାପ୍ତ କରିଛନ୍ତି। ଆଇସିସି ଟି -୨୦ବିଶ୍ୱକପ ୨୦୨୧ରେ ଭାରତ ଏବଂ ନାମ୍ବିଆ ମଧ୍ୟରେ ହୋଇଥିବା ମ୍ୟାଚ ସହିତ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହି ମ୍ୟାଚ ମଧ୍ୟ ଭାରତ ପାଇଁ ବିଶ୍ୱକପର ଶେଷ ମ୍ୟାଚ ଥିଲା।

Share