Posted inଖେଳ

ବର୍ଡର -ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆର ନିଦ ହଜାଇବେ ଏହି ୨ ଭାରତୀୟ ଖେଳାଳି, ଭବିଷ୍ୟବାଣୀ କଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୧।୧୧: ବର୍ଡର -ଗାଭାସ୍କର ଟ୍ରଫି ୨୦୨୪-୨୫ ନଭେମ୍ବର ୨୨ରୁ ଆରମ୍ଭ ହେବ। ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ। ଭାରତ ଏହାର ଟାଇଟଲ ରକ୍ଷା କରିବାକୁ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଶ୍ରେଷ୍ଠ ୨ରେ ସ୍ଥାନ ବଜାୟ ରଖିବାକୁ ମଇଦାନକୁ ଓହ୍ଲାଇବ। ଏହି ସିରିଜ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହି ଖେଳାଳିଙ୍କ ନାମ କହିଛନ୍ତି, ଯେଉଁମାନେ ଏହି ସିରିଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି।

ରବି ଶାସ୍ତ୍ରୀଙ୍କ ଦୁଇ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ। ସେ କହିଛନ୍ତି, ଯଶସ୍ବୀଙ୍କର ବଡ ଇନିଂସ ଖେଳିବାର କ୍ଷମତା ଅଛି। ସେ ଜଣେ ଖେଳାଳି ଯିଏ ବଞ୍ଚି ରହିଲେ ବିରୋଧୀ ବୋଲିଂକୁ ନଷ୍ଟ କରିପାରିବେ। ତାଙ୍କର କୌଶଳ ଦୃଢ ଼ ଏବଂ ସେ ପ୍ରତ୍ୟେକ ଫର୍ମାଟରେ ଆରାମରେ ଖେଳନ୍ତି।

ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଯଶସ୍ବୀ ଜୟସ୍ବାଲ ତାଙ୍କ ସ୍ଥାନ ନିଶ୍ଚିତ କରିଛନ୍ତି। ସେ ସିରିଜରେ ଲଗାତାର ଦୁଇଥର ଶତକ ହାସଲ କରି ଲାଇମଲାଇଟରେ ଆସିଥିଲେ ।

ରବି ଶାସ୍ତ୍ରୀ ଜସପ୍ରୀତ ବୁମରାଙ୍କ ନାମ ଦ୍ୱିତୀୟରେ ନେଇଛନ୍ତି। ଅଷ୍ଟ୍ରେଲିଆ ମାଟିରେ ବୁମରା ସର୍ବଦା ସଫଳ ରହିଆସିଛନ୍ତି। ଶାସ୍ତ୍ରୀ ତାଙ୍କୁ ପ୍ରଶଂସା କରି କହିଛନ୍ତି, ବୁମ୍‌ରା ଦୁନିଆର ସର୍ବୋତ୍ତମ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ। ତାଙ୍କ ପାଖେ ଏମିତି ଗୁଣ ଅଛି ଯାହା ସହିତ ସେ ମ୍ୟାଚର ଗତି ବଦଳାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ପାକିସ୍ତାନ ମୁକାବିଲା ଆଜି

ଦୁବାଇ, ୨୩।୧ (ପି.ଟି.): ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ହେଭିଓ୍ବେଟ ଲଢ଼େଇ ଭାରତ-ପାକିସ୍ତାନ ମୁକାବିଲା ରବିବାର ଅନୁଷ୍ଠିତ ହେବ। ଏଥିପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମ...

Ind Vs Pak Match: କେଉଁଠି, କିଭଳି ଦେଖିବେ Freeରେ ଦେଖିବେ ଏହି ମହାମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ଭାରତ-ପାକିସ୍ତାନ ମ୍ୟାଚ୍‌ର କ୍ରେଜ୍‌ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର ରହିଥାଏ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଭାରତ ସରକାର କୌଣସି ଭାରତ-ପାକିସ୍ତାନ ସିରିଜ ଆୟୋଜନ ଉପରେ...

Ind Vs Pak ମହାମୁକାବିଲା ପୂର୍ବରୁ IIT ବାବାଙ୍କ ବଡ଼ ଭବିଷ୍ୟବାଣୀ, କିଏ ଜିତିବ ଶୁଣି ପ୍ରଶଂସକଙ୍କୁ ଲାଗିଲା ଝଟ୍‌କା,Video

ନୂଆଦିଲ୍ଲୀ,୨୨।୨: ମହାକୁମ୍ଭରୁ ପ୍ରସିଦ୍ଧ ହୋଇଥିବା ଆଇଆଇଟି ବାବା ଏବେ ଇଣ୍ଟରନେଟ ସେନସେଶନ ପାଲଟିଛନ୍ତି। ତାଙ୍କର ସାକ୍ଷାତକାର ଏବଂ ପଡ୍‌କାଷ୍ଟର ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେଉଛି।...

ଐତିହାସିକ ବିଜୟ ଦେବା ହେଲମେଟକୁ କରାଯିବ ଫ୍ରେମ

ନୂଆଦିଲ୍ଲୀ,୨୨।୨: ୭୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, କେରଳ ଦଳ ରଣଜୀ ଟ୍ରଫିର ଫାଇନାଲରେ ପହଞ୍ଚିଲା। ଫାଇନାଲରେ କେରଳ ବିଦର୍ଭ ସହିତ ମୁକାବିଲା କରିବ। କେରଳକୁ...

Champions Trophy 2025: ପାକିସ୍ତାନର ସ୍ବପ୍ନ ଭାଙ୍ଗିଦେବେ ୫ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,୨୨।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟ ଦଳକ୬୦ ରନରେ ପରାସ୍ତ କରିଥିଲା। ଏବେ ପାକିସ୍ତାନ ଦଳ ରବିବାର ଭାରତୀୟ...

ଡ୍ରାଭିଡ ଖେଳୁଛନ୍ତି ପୁଅଙ୍କ ସହ

ବେଙ୍ଗାଲୁରୁ,୨୨ା୨: ଭାରତର ପୂର୍ବତନ ଅଧିନାୟକ ତଥା କୋଚ୍‌ ରାହୁଲ ଡ୍ରାଭିଡ ଶନିବାର ତାଙ୍କ ପୁଅ ଅନଭୟଙ୍କ ସହିତ ବିଜୟା କ୍ରିକେଟ କ୍ଲବ (ମାଲୁର) ପାଇଁ ତୃତୀୟସ୍ତରର...

ସ୍ପିନ୍‌ ଉପରେ କୋହଲିଙ୍କ ଫୋକସ

ଦୁବାଇ,୨୨ା୨: ଭାରତୀୟ ସୁପରଷ୍ଟାର ବିରାଟ କୋହଲି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଲାଗି ନେଟ୍ସରେ ଝାଳବୁହା ପରିଶ୍ରମ କରିଛନ୍ତି। ଦଳ ଲାଗି ଧାର୍ଯ୍ୟ...

IND Vs PAK ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇଗଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି, ଅଡ଼ୁଆରେ ଫସି ଯାଇପାରେ…

ନୂଆଦିଲ୍ଲୀ,୨୨।୨: ୨୩ ଫେବୃଆରୀ ରବିବାର ଦୁବାଇରେ ସବୁଠାରୁ ବଡ଼ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image