Categories: ଖେଳ

ଟିମ୍‌ରେ ଜାଡେଜା ନାହାନ୍ତି, କେହି ପ୍ରତିଭା ନାହାନ୍ତି; ଏମିତିରେ ମ୍ୟାଚ୍‌ ଜିତିବେ କେମିତି: ଶାସ୍ତ୍ରୀ

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭରୁ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଦଳ ୪ ଉଇକେଟରେ ପରାଜିତ ହୋଇଛି। ୨୦୮ ରନ୍‌ର ବୃହତ୍‌ ସ୍କୋର କରିଥିଲେ ହେଁ ଖରାପ ବୋଲିଂ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ଛାଡ଼ିବା ଯୋଗୁ ଦଳ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ଅପରପକ୍ଷେ କ୍ୟାମେରନ୍‌ ଗ୍ରୀନ୍‌ଙ୍କ ବିସ୍ଫୋରକ ଇନିଂସ ବଳରେ ଅଷ୍ଟ୍ରେଲିଆ ମ୍ୟାଚ୍‌ ଜିତି ୧-୦ରେ ସିରିଜ ଆଗୁଆ ହୋଇଛି। ଏହାକୁ ନେଇ ଏବେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ଭାରତୀୟ ଟିମ୍‌ର ସମାଲୋଚନା କରିଛନ୍ତି। ଏବେ ଦଳରେ କେହି ବି ଭଲ ପ୍ରତିଭା(ଫିଲ୍ଡର) ଦେଖାଯାଉନାହାନ୍ତି। ରବିନ୍ଦ୍ର ଜାଡେଜା ଟିମ୍‌ରେ ନାହାନ୍ତି। କୌଣସି ଏକ୍ସ-ଫ୍ୟାକ୍ଟର ବି ନାହିଁ। ଏମିତିରେ କିଭଳି ମ୍ୟାଚ୍‌ ଜିତିବେ ବୋଲି ଶାସ୍ତ୍ରୀ କହିଛନ୍ତି।

୫-୬ ବର୍ଷର ଶ୍ରେଷ୍ଠ ଭାରତୀୟ ଟିମ୍‌ର ଆଖପାଖ ଭଳି ଫିଲ୍ଡି ଏବେ ନାହିଁ। ଏଣୁ ଟୁର୍ନାମେଣ୍ଟରେ ଏହାର ଖରାପ ପ୍ରଭାବ ପଡ଼ିବ। ଏହାର ଅର୍ଥ ବ୍ୟାଟିଂରେ ଦଳକୁ ଆହୁରି ୧୫ରୁ ୨୦ ରନ୍‌ ଅଧିକ କରିବାକୁ ହେବ। କାହିଁକିନା ମଇଦାନରେ ପ୍ରତିଭା ନାହାନ୍ତି। ରବିନ୍ଦ୍ର ଜାଡେଜା ନାହାନ୍ତି। ଏକ୍ସ ଫ୍ୟାକ୍ସର କେଉଁଠି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଫିଲ୍ଡିଂ ଦେଖି ସବୁଠାରୁ ଅଧିକ ନିରାଶ ହୋଇଛି। ଫିଲ୍ଡିଂ କଥା କହିଲେ ବଡ଼ ଟୁର୍ନାମେଣ୍ଟରେ ବଡ଼ ଟିମ୍‌ଗୁଡ଼ିକୁ ପରାଜିତ କରିବାକୁ ହେବ ବୋଲି ଶାସ୍ତ୍ରୀ କହିଛନ୍ତି।

Share