Categories: ଖେଳ

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ କୋଚ ରବି ଶାସ୍ତ୍ରୀ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କୌଣସି ଆଇପିଏଲ ଦଳକୁ କୋଚିଂ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଶାସ୍ତ୍ରୀଙ୍କୁ ଏବେ ତାଙ୍କୁ କମେଣ୍ଟେଟର୍‌ ଭୂମିକାରେ ଦେଖିବାକୁ ମିଳିବ। ଶାସ୍ତ୍ରୀ ଶ୍ରେଷ୍ଠ କମେଣ୍ଟେଟର୍‌ ଭାବରେ ଜଣାଶୁଣା। ଟିମ ଇଣ୍ଡିଆରେ ଯୋଗଦେବା ପୂର୍ବରୁ ସେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ। ଶାସ୍ତ୍ରୀଙ୍କୁ ଆଇପିଏଲ ୨୦୨୨ ସମୟରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିବ। ସେ କହିଛନ୍ତି, ମୁଁ ଏକ ବାୟୋ-ବବଲରୁ ବାହାରି ଆସିଛି, ମୋତେ ସତେଜ ପବନ ଦରକାର, ମୁଁ କାହା ସହିତ କଥାବାର୍ତ୍ତା କରୁନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ଚର୍ଚ୍ଚା ହେଉଥିଲା ଭାରତୀୟ ଦଳର କୋଚ ପଦ ଛାଡିବା ପରେ ଶାସ୍ତ୍ରୀ ଆଇପିଏଲ୍‌ ପ୍ରାଞ୍ଚାଇଜ୍‌ର କୋଚ ହେବେ। କିନ୍ତୁ ପରେ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି।

Share