ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଙ୍ଗଳବାର ଅହମ୍ମଦାବାଦର ଏକ ଡାକ୍ତରଖାନାରେ କରୋନା ଟିକା ନେଇଛନ୍ତି। ସେ ଟୁଇଟ୍ କରି ଏନେଇ ସୂଚନା ଦେଇ କହିଛନ୍ତି, କୋଭିଡ-୧୯ର ପ୍ରଥମ ଡୋଜ୍ ନେଇଛି। ମହାମାରୀ ବିରୋଧରେ ଭାରତୀୟମାନଙ୍କ ପାଇଁ ଗର୍ବ ଏବଂ ଗୌରବ ଆଣିଥିବା ସମସ୍ତ ବୈଜ୍ଞାନିକ ଏବଂ ଚିକିତ୍ସା ବିଶେଷଜ୍ଞଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଏହାଛଡ଼ା ସେ ସହଯୋଗ ଏବଂ ସମର୍ଥନ ପାଇଁ ଆପୋଲା ହସ୍ପିଟାଲର କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।
ପ୍ରକାଶ ଯେ, ଭାରତରେ ସୋମବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ବରିଷ୍ଠ ନାଗରିକ ଏବଂ ଗମ୍ଭୀର ରୋଗରେ ପୀଡ଼ିତ ଲୋକମାନଙ୍କୁ ଟିକା ଦିଆଯିବ।