Categories: ଖେଳ

କାକର ପଡ଼ିବାକୁ ଦେଖି ଖେଳାଳି ଚୟନ କରାଯିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବ ଭାରତ। ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଏକାଦଶରେ କିଏ କିଏ ସ୍ଥାନ ପାଇବ ସେ ନେଇ ଚର୍ଚ୍ଚା ଏବେଠୁ ହେବାରେ ଲାଗିଛି। ଏସବୁ ମଧ୍ୟରେ ସୋମବାର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି, କାକର ପଡ଼ିବା ସ୍ଥିତିକୁ ଦେଖି ଅନ୍ତିମ ଏକାଦଶରେ ଅତିରିକ୍ତ ଦ୍ରୁତ ବୋଲର ଅଥବା ସ୍ପିନର ରଖାଯିବ ତାହା ନିଶ୍ଚିତ କରାଯିବ। ଏହାଛଡ଼ା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଷ୍ଟାର ସ୍ପୋଟ୍ସ ସହ କଥାବାର୍ତ୍ତାରେ ଶାସ୍ତ୍ରୀକୁ କହିଛନ୍ତି, ଆମେ ଦେଖିବୁ କେତେ କାକର ପଡ଼ୁଛି। ସେହି ହିସାବରେ ପ୍ରଥମେ ବ୍ୟାଟିଂ ନଚେତ ବୋଲିଂ କରିବାକୁ ନିଷ୍ପତ୍ତି ନେବୁ। ଏହାଦ୍ୱାରା ଅତିରିକ୍ତ ସ୍ପିନର ଅଥବା ଦ୍ରୁତ ବୋଲର ଅନ୍ତିମ ଏକାଦଶରେ ରଖାଯିବ କି ନାହିଁ ନିଷ୍ପତ୍ତି ନେବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହାଛଡ଼ଶ ସବୁ ଖେଳାଳି ଗତ ଦୁଇ ମାସ ଧରି ଆଇପିଏଲ୍‌ ଖେଳୁଛନ୍ତି। ଏଥିପାଇଁ ଅଧିକ ପ୍ରସ୍ତୁତିର ଆବଶ୍ୟକତା ଥିବା ଅନୁଭବ କରୁନାହିଁ ବୋଲି ସେ କହିଛନ୍ତି।

Share