Categories: ଖେଳ

ଭାଓନଙ୍କ ଉପରେ ବର୍ଷିଲେ ରବି ଶାସ୍ତ୍ରୀ, କହିଲେ ନିଜେ ତ କେବେ କପ୍‌ ଉଠାଇନାହାନ୍ତି…

ନୂଆଦିଲ୍ଲୀ,୬।୭: ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ମାଇକେଲ ଭାଓନ ଟି୨୦ ବିଶ୍ୱକପ୍‌ ସମୟରେ ଭାରତକୁ ସମର୍ଥନ ଦେବାକୁ ନେଇ ଆଇସିସି ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ। ଭାରତୀୟ ଦଳକୁ ଦୃଷ୍ଟିରେ ରଖି ପୁରା କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା। ଏହି କାରଣରୁ ଅନ୍ୟ ଟିମ୍‌ଗୁଡ଼ିକୁ ଅସୁବିଧା ହୋଇଥିଲା ବୋଲି ସେ କହିଥିଲେ। କେବଳ ଏତିକି ନୁହେଁ ରୋହିତ ଶର୍ମାଙ୍କ ଦଳ ଇଂଲଣ୍ଡକୁ ଯେବେ ସେମିଫାଇନାଲରେ ପରାଜିତ କରିଥିଲେ, ସେ ପିଚ୍‌କୁ ନେଇ କଟାକ୍ଷ କରିଥିଲେ। ଏବେ ଭାରତର କୋଚ୍‌ ଥିବା ରବି ଶାସ୍ତ୍ରୀ ଭାଓନଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି।

ଏକ ଆଲୋଚନାଚକ୍ରରେ ଯୋଗଦେଇ ଶାସ୍ତ୍ରୀ କହିଛନ୍ତି,ଭାଓନଙ୍କ କଥାକୁ ଭାରତରେ କେହି ଗ୍ରହଣ କରନ୍ତି ନାହିଁ। ସେ ପ୍ରଥମେ ସେମିଫାଇନାଲରେ ଯାହା ହେଲା ସେନେଇ ଇଂଲଣ୍ଡକୁ ପରାମର୍ଶ ଦିଅନ୍ତୁ। ଇଂଲଣ୍ଡ ଟିମ୍‌ କେବଳ ୨ ଥର ଆଇସିସି ଟ୍ରଫି ଜିତିଛନ୍ତି, ହେଲେ ଭାରତୀୟ ଟିମ୍‌ ୪ ଥର ବିଜେତା ହୋଇଛନ୍ତି। ଭାଓନଙ୍କୁ ଦେଖିଲେ ସେ କେବେ ବି ବିଶ୍ୱକପ୍‌ ଉଠାଇ ନାହାନ୍ତି, ଏଣୁ କହିବା ପୂର୍ବରୁ ୨ ଥର ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି।

Share