Advertisement
Categories: ଖେଳ

ଡବ୍ଲୁଟିସି ଫାଇନାଲ ୨୦୨୩: ଇଣ୍ଡିଆ ଟିମ୍‌କୁ ତାଗିଦ୍‌ କଲେ ରବି ଶାସ୍ତ୍ରୀ, କହିଲେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଛାଡିବାକୁ ପଡିବ ଆଇପିଏଲ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳକୁ ପରାଜୟର ମୁଖ୍ୟ କାରଣ ଦଳର ମୁଖ୍ୟ ଦଳର ପ୍ରସ୍ତୁତି ଅଭାବକୁୁ ଦର୍ଶାଉଛନ୍ତିି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଏଭଳି ମ୍ୟାଚ ପାଇଁ ୨୦ରୁ ୨୫ ଦିନ ପୂର୍ବରୁ ପ୍ରସ୍ତୁତି ହେବା ଉଚିତ୍‌। ଭାରତୀୟ ଦଳର ପୂର୍ବତନ ମୁଖ୍ୟ ରବି ଶାସ୍ତ୍ରୀ ଦଳକୁ ସମାଲୋଚନା କରି କହିଛନ୍ତି, ଏହି ସବୁ ଜିନିଷ ଖେଳାଳିଙ୍କ ଉପରେ ନିର୍ଭର କରେ ଯାହା ସେମାନଙ୍କୁ ବାଛିବାକୁ ପଡ଼ିବ। ସେମାନଙ୍କ ପରିଶ୍ରମ ହିଁ ଦଳକୁ ବିଜୟ ଆଣିପାରିବ।

ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ଷ୍ଟାର ସ୍ପୋର୍ଟସ ସହିତ ସାକ୍ଷାତ କରି ରବି ଶାସ୍ତ୍ରୀ କହିଛନ୍ତି, ଆଜିର ସମୟରେ ଏପରି ଘଟିବା ଉଚିତ୍‌ ନୁହେଁ। ୨୦୨୧ମସିହାରେ ଭାରତ ୩ ସପ୍ତାହ ପୂର୍ବରୁ ଇଂଲଣ୍ଡ ଗସ୍ତ କରି ଖେଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ଏହା ଯୋଗୁ ଆମେ ବିଜୟ ହାସଲ କରିଥିଲୁ। ସେହି ସିରିଜରେ ଆମେ ୨-୧ରେ ଆଗରେ ରହିଥିଲୁ।
କିନ୍ତୁ ବର୍ତ୍ତମାନ ଖେଳ ପାଇଁ କଠିନ ପରିଶ୍ରମ କରିବାକୁ ପଡି। ଯଦି ଆମକୁ ଏହିପରି ଫାଇନାଲ ମ୍ୟାଚ ପାଇଁ ୨୦ଦିନ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡେ, ତେବେ ଆମକୁ ଆଇପିଏଲ ଛାଡିବାକୁ ପଡିବ।

ସେହିପରି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ମଧ୍ୟ ପରାଜୟର ମୁଖ୍ୟ କାରଣ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ କହିଛନ୍ତି। ଦ୍ରାବିଡଙ୍କ କହିଛନ୍ତି, ଯଦି ଦଳ ତିନି ସପ୍ତାହ ପୂର୍ବରୁ ମ୍ୟାଚ ଅଭ୍ୟାସ କରିଥାନ୍ତେ ତେବେ ପ୍ରସ୍ତୁତି ଭଲ ହୋଇଥାନ୍ତା। କିନ୍ତୁ ଆମେ ତାହା କରିପାରିଲୁ ନାହିଁ। ତଥାପି ମୁଁ ଏହି ପରାଜୟ ବିଷୟରେ କୌଣସି ବାହାନା କିମ୍ବା ଅଭିଯୋଗ କରୁନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel