ରବି ଶାସ୍ତ୍ରୀଙ୍କ ଜୀବନସାଥୀ ହୋଇଥାନ୍ତେ ଅମୃତା, ଏହି ସର୍ତ୍ତ ଲାଗି ଅଧାରେ ରହିଥିଲା ପ୍ରେମକାହାଣୀ…

ବମ୍ବେ: ଏକଦା ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଗଣିତ ହେଉଥିଲେ ଅମୃତା ସିଂହ।  ତାଙ୍କ ସମୟର ସମସ୍ତ ସୁପରଷ୍ଟାରଙ୍କ ସହ ସେ କାମ କରିଛନ୍ତି। ହେଲେ ଅଭିନୟ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଥିଲେ ବେଶ ଚର୍ଚ୍ଚାରେ।
ଫିଲ୍ମ ‘ବେତାବ’ରୁ ଡେବ୍ୟୁ କରିଥିବା ଅମୃତା ରାତାରାତି ଲୋକପ୍ରିୟତା ହାସଲ କରିଥିଲେ। ଫିଲ୍ମରେ ତାଙ୍କ ସହ ଥିଲେ ସନ୍ନି ଦେଓଲ। କାମ କରିବା ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସନ୍ନି ବିବାହିତ ବୋଲି ଅମୃତା ଜାଣିବାକୁ ପାଇଥିଲେ। ଏଣୁ ସେ ଅଭିନେତାଙ୍କଠାରୁ ଦୂରେଇ ଯାଇଥିଲେ।

ଅମୃତା ପରେ ଏକ ମାଗାଜିନ ଲାଗି କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ କାମ କରିଥିଲେ। ଦୁହେଁ କଭର୍‌ ପେଜରେ ନଜର ଆସିଥିଲେ। ସେବେଠାରୁ ଉଭୟ ପରସ୍ପରକୁ ପସନ୍ଦ କରୁଥିବା ଚର୍ଚ୍ଚା ଜୋର ଧରିଥିଲେ। ସେମାନେ ନିର୍ବନ୍ଧ କରିଥିବା ବେଳେ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ହେଲେ ଏଭଳି କିଛି ହୋଇଥିଲା ସେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ରବି ବିବାହ ଲାଗି ଅମୃତାଙ୍କ ସମ୍ମୁଖରେ ସର୍ତ୍ତ ରଖିଥିଲେ। ତାକୁ ପ୍ରତ୍ୟାଖାନ କରିଥିଲେ ଅଭିନେତ୍ରୀ। ସର୍ତ୍ତଟି ଏହା ଥିଲା ଯେ ଅମୃତା ବିବାହ ପରେ ଅଭିନୟ ଛାଡ଼ି ଦେବେ। ହେଲେ ତାହା ନ ମାନିବାରୁ ଅମୃତାଙ୍କ ସହ ରବିଙ୍କ ବ୍ରେକ୍‌ଅପ୍‌ ହୋଇଥିଲା।
ଶେଷରେ ଅମୃତା ସୈଫ ଅଲ୍ଲୀ ଖାଁଙ୍କୁ ଭେଟିଥିଲେ। ୧୯୯୧ରେ ବିବାହ କରିଥିଲେ ଦୁହେଁ। ଏହି ବିବାହ ମଧ୍ୟ ଦୁଇ ସନ୍ତାନ ପରେ ଶେଷ ହୋଇଥିଲା। ଏବେ ସୈଫ କରିନାଙ୍କ ସ୍ବାମୀ।