Categories: ଖେଳ

ଭାରତୀୟ ଦଳକୁ ଚେତାବନୀ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଭାରତୀୟ କୋଚ ରବି ଶାସ୍ତ୍ରୀ ଏସିଆ କପ ୨୦୨୩ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କ ବିଷୟରେ ଭାରତୀୟ ଦଳକୁ ଚେତାବନୀ ଦେଇଛନ୍ତି। ଏସିଆ କପ ମାଧ୍ୟମରେ କେ.ଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି। ଆଜିକାଲି ରାହୁଲ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ କରୁଛନ୍ତି।
ଆଇପିଏଲ ୨୦୨୩ରେ ଆହତ ହେବା ପରେ କେ.ଏଲ ରାହୁଲଙ୍କ ଗୋଡ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେ ଦୀର୍ଘ ଦିନ ଧରି କ୍ରିକେଟ ଖେଳି ନାହାଁନ୍ତି। ରବି ଶାସ୍ତ୍ରୀ କହିଛନ୍ତି, ଯେତେବେଳେ ଆପଣ ଏପରି ଖେଳାଳିଙ୍କ ବିଷୟରେ କହୁଛନ୍ତି ଯିଏ ଖେଳି ନାହାଁନ୍ତି ଏବଂ ଆଘାତରୁ ସୁସ୍ଥ ହେଉଛନ୍ତି। ତାଙ୍କୁ ଏସିଆ କପ ପାଇଁ ଫ୍ଲେଇଙ୍ଗ୍‌-୧୧ରେ ସାମିଲ କରିବା ନେଇ ଦଳ ଚିନ୍ତା କରିବା ଭୁଲ୍‌। ତାଙ୍କୁ ଫ୍ଲେଇଙ୍ଗ୍‌-୧୧ରେ ନେବା ମଧ୍ୟ ଭୁଲ ନିଷ୍ପତ୍ତି ହେବ।
ଏସିଆ କପ ଏବଂ ବିଶ୍ୱକପ୍‌ରେ କେଏଲ ରାହୁଲ ଭାରତର ପ୍ରଥମ ପସନ୍ଦ ଉଇକେଟ କିପର ହେବେ। ଦଳରେ ତାଙ୍କର ଅନୁପସ୍ଥିତି ଭାରତ ପାଇଁ କଷ୍ଟସାଧ୍ୟ ହୋଇପାରେ।

Share