Categories: ଖେଳ

ରବି ଶାସ୍ତ୍ରୀଙ୍କ ବଡ଼ ଭବିଷ୍ୟବାଣୀ; କୋହଲି କରିପାରିବେ ଏମିତି କାମ

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦିନିକିଆରେ ୫୦ତମ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ତାଙ୍କ ରେକର୍ଡ ପରେ ଭାରତର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି, ୩୫ ବର୍ଷୀୟ ବିରାଟ ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକ ଭାଙ୍ଗିପାରିବେ। ସେ ସଚିନଙ୍କୁ ଛାଡି ପାରିବେ। ଦିନିକିଆରେ କୋହଲିଙ୍କ ୫୦, ଟେଷ୍ଟରେ ୨୯ ଏବଂ ଟି-୨୦ରେ ଗୋଟିଏ ଶତକ ରହିଛି। ସେ ମୋଟ ୮୦ ଶତକ ହାସଲ କରିଛନ୍ତି।
ରବି ଶାସ୍ତ୍ରୀ ଆଇସିସିର ଏକ ସମୀକ୍ଷାରେ କହିଛନ୍ତି, କିଏ ଭାବିଥିେଲେ ଯେ ଯେତେବେଳେ ସଚିନ ତେନ୍ଦୁଲକର ୧୦୦ ଶତକ ହାସଲ କରିଥିଲେ, କେହି ତାଙ୍କ ନିକଟକୁ ଆସିବେ? କିନ୍ତୁ କୋହଲି ପହଞ୍ଚିପାରିଛନ୍ତି। ଏହା ଏକ ଅସାଧାରଣ ରେକର୍ଡ। କିଛି ଅସମ୍ଭବ ନୁହେଁ କାରଣ ଏହିପରି ଖେଳାଳୀମାନେ ଯେତେବେଳେ ଏକ ଶତକ ସ୍କୋର କରିବାକୁ ଚାହାଁନ୍ତି, ସେମାନେ ଶୀଘ୍ର ଶତକ ସ୍କୋର କରନ୍ତି। ଆପଣ ପରବର୍ତ୍ତୀ ୧୦ ଇନିଂସରେ ଆଉ ପାଞ୍ଚ ଶତକ ଦେଖିପାରନ୍ତି। ତାଙ୍କ ପାଖରେ ତିନି କିମ୍ବା ଚାରି ବର୍ଷ କ୍ରିକେଟ ବାକି ଅଛି। ତେଣୁ କୋହଲି ସବୁ ରେକର୍ଡ ଭାଙ୍ଗିପାରିବେ।

Share