Categories: ଜାତୀୟ

ଆଇପିଏସ୍‌ ରବି ସିହ୍ନା ହେଲେ ‘ର’ର ମୁଖ୍ୟ

ନୂଆଦିଲ୍ଲୀ,୧୯।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ର ନୂଆ ମୁଖ୍ୟ ଭାବେ ରବି ସିହ୍ନାକୁ ନିଯୁକ୍ତି କରାଯାଇଛି। ସେ ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ। କ୍ୟାବିନେଟର ନିଯୁକ୍ତି କମିଟି ସିହ୍ନାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନର ‘ର’ମୁଖ୍ୟଙ୍କର କାର୍ଯ୍ୟକାଳ ଜୁନ ୩୦ରେ ସମାପ୍ତ ହେବା ପରେ ରବି ସିହ୍ନା କାର୍ଯ୍ୟଭାର ସମ୍ଭାଳିବେ। ତେବେ ତାଙ୍କର କାର୍ଯ୍ୟକାଳ ୨ ବର୍ଷ ହେବ।

Share