Categories: ଖେଳ

ଟିମ୍‌ ଇଣ୍ଡିଆ ପାଇଁ ପୁଣି ଚିନ୍ତାର ବିଷୟ ପାଲଟିଲେ ଏହି ଖେଳାଳି

ଜୋହାନ୍ସବର୍ଗ,୭।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୭ ଉଇକେଟରେ ପରାସ୍ତ ହୋଇଛି ଭାରତୀୟ ଟିମ୍‌ । ଏହା ସହିତ ଉଭୟ ଦଳ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୧ ସ୍ତରରେ ଅଛନ୍ତି। ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ କେପ୍‌ଟାଉନ୍‌ରେ ଖେଳାଯିବ। ଏଠାରେ ଯିଏ ଜିତିବ ସେ ସିରିଜ ନିଜ ନାମରେ କରିବ। ତେବେ ଜୋହାନ୍ସବର୍ଗରେ ଭାରତୀୟ ଦଳର ପ୍ରଦର୍ଶନ ଫିକା ପଡ଼ିଥିବା ବେଳେ ଏବେ ଟିମ୍‌ ଇଣ୍ଡିଆ ଲାଗି ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛନ୍ତି ମୁଖ୍ୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରଥମ ଦୁଇଟି ଟେଷ୍ଟରେ ଅଶ୍ୱିନଙ୍କ ପ୍ରଦର୍ଶନ ଭଲ ହୋଇନାହିଁ। ଅଗ୍ରଣୀ ବୋଲର ହେବା ସତ୍ତ୍ୱେ ସେ ବର୍ତ୍ତମାନର ସିରିଜରେ ମାତ୍ର ୩ ଉଇକେଟ ନେଇଛନ୍ତି।

ସେଞ୍ଚୁରିଆନ୍‌ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଦୁଇଟି ଉଇକେଟ ନେଇଥିଲେ। ଜୋହାନ୍ସବର୍ଗରେ ସେ କେବଳ ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ। ମୁଖ୍ୟ ବୋଲର ଭାବେ ତାଙ୍କ ପ୍ରଦର୍ଶନ ହାରାହାରିରୁ କମ୍‌ ରହିଛି। ଏଣୁ ପରବର୍ତ୍ତୀ ଟେଷ୍ଟରେ ତାଙ୍କୁ ଏକାଦଶରେ ସାମିଲ ନ କରିବାକୁ ଦଳ ପରିଚାଳନା ନିଷ୍ପତ୍ତି ନେଉଛି କି ନାହିଁ ତାହାକୁ ନେଇ ଚର୍ଚ୍ଚା ହେଉଛି।

Share