Categories: ଖେଳ

ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷରଙ୍କ ସ୍ଥାନରେ ସାମିଲ ହେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୮।୯: ଭାରତୀୟ ଦଳ ପରିଚାଳନା ଏବଂ ବିସିସିଆଇ ବିଶ୍ୱକପ୍‌ ପାଇଁ ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଏସିଆ କପ୍‌ ସମୟରେ ଅକ୍ଷର ଆହତ ହୋଇଥିଲେ। ନିକଟରେ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବାର ସୁଯୋଗ ପାଇଥିଲେ।

ଆଇସିସି ଏକ ପୋଷ୍ଟ ମାଧ୍ୟମରେ ଏହି ପରିବର୍ତ୍ତନକୁ ନିଶ୍ଚିତ କରିଛି। ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ ପୂର୍ବରୁ ପ୍ରଶିକ୍ଷଣ ନେବା ପାଇଁ ଅଶ୍ୱିନ ଶନିବାର ଗୁଆହାଟୀରେ ଭାରତୀୟ ଦଳ ସହ ପହଞ୍ଚିଥିଲେ ଏବଂ ଅକ୍ଷରକୁ ସେଠାରେ ଦେଖିବାକୁ ମିଳି ନ ଥିଲା। ଯାହା ପରେ କୁହାଯାଉଥିଲା କି ଅକ୍ଷର ମ୍ୟାଚ ପାଇଁ ଫିଟ୍‌ ହୋଇନାହାନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଏବେ ତାଙ୍କର ତୃତୀୟ ଦିନିକିଆ ବିଶ୍ୱକପ୍‌ ଖେଳିବେ। ଦଳରେ ପରିବର୍ତ୍ତନ ଆଣିବା ପାଇଁ ଗୁରୁବାର ଶେଷ ତାରିଖ ଥିଲା ଏବଂ ଦଳ ପରିଚାଳନା ଏବଂ ବିସିସିଆଇ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ନେଇଛନ୍ତି।

Share