Categories: ଖେଳ

ଅଶ୍ୱିନ କରୋନା ପଜିଟିଭ, ଟିମ ସହ ଯିବେ ନାହିଁ ଇଂଲଣ୍ଡ

ବେଙ୍ଗାଲୁରୁ,୨୧ ।୬: ଭାରତୀୟ କ୍ରିକେଟ ଦଳର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଯେଉଁଥିପାଇଁ ପଞ୍ଚମ ଯେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ଯାଉଥିବା ଟିମରେ ସେ ସାମିଲ ହୋଇ ପାରିବେ ନାହିଁ । ବିସିସିଆଇର ସୂଚନା ଅନୁଯାୟୀ, ଅଶ୍ୱିନ ଏବେ କ୍ୱାରାଣ୍ଟାଇନରେ ଅଛନ୍ତି । ସମସ୍ତ ପ୍ରୋଟୋକଲ ଆବଶ୍ୟକତାକୁ ପୂରଣ କରିବା ପରେ ତାଙ୍କୁ ଟିମରେ ସାମିଲ କରାଯିବ ।
ବିସିସିଆଇ କହିଛି ଅଶ୍ୱିନ ଟିମ ସହ ବ୍ରିଟେନ ଗସ୍ତରେ ଯାଇପାରି ନାହାନ୍ତି । କାରଣ ଏହା ପୂର୍ବରୁ ତାଙ୍କ କୋଭିଡ ୧୯ ଟେଷ୍ଟ ହୋଇଥିଲା ଯେଉଁଥିରେ ସେ ସଂକ୍ରମିତ ଥିବା ଜଣାପଡିଥିଲା । ହେଲେ ଆଶା କରାଯାଉଛି କି ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ସେ ସୁସ୍ଥ ହୋଇଯାଇଥିବେ ।

Share