Categories: ଖେଳ

ଟ୍ରୋଲ କରୁଥିଲେ ଶ୍ରୀଲଙ୍କା ପ୍ରଶଂସକ, ଏମିତି ଜବାବ ଦେଇ ମୁହଁ ବନ୍ଦ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୫।୧୨: ବାଲାଂଦେଶକୁ ମୀରପୁର ଟେଷ୍ଟରେ ୩ ଉଇକେଟରେ ପରାଜିତ କରିଛି ଭାରତ। ଏକ ସମୟରେ ମ୍ୟାଚ୍‌ ଖେଳାଳିଙ୍କ ହାତରୁ ଚାଲିଯିବା ପରି ମନେ ହେଉଥିଲା। କାରଣ ୧୪୫ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ଦଳ ୭୪ ରନ୍‌ରେ ୭ ଉଇକେଟ ହରାଇଥିଲା। ଏମିତିରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ଅପରାଜିତ ୭୧ ରନ୍‌ର ଭାଗିଦାରୀ କରି ଭାରତକୁ ବିଜେତା କରିଥିଲେ। ଦ୍ୱିତୀୟ ମୁକାବିଲାରେ ବିଜୟ ସହ ଭାରତ ସିରିଜ ବିଜେତା ହୋଇଥିଲା।

ଭାରତ ପକ୍ଷରୁ ଅଶ୍ୱିନ ଦ୍ୱିତୀୟ ଇନିଂସରେ ୬୬ ବଲ୍‌ରେ ଅପରାଜିତ ୪୨ ରନ୍‌ କରିଥିଲେ। ଏଥିରେ ୪ ଚୌକା ଏବଂ ୧ ଛକା ଥିଲା। ଏହାଛଡ଼ା ଅଶ୍ୱିନ ମୁକାବିଲାରେ ମୋଟ ୬ ଉଇକେଟ ନେଇଥିଲେ। ଏଥିଲାଗି ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଥିଲା। ଅଶ୍ୱିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୁରସ୍କାର ସହ ନିଜର ଫଟୋ ଶେୟାର କରିଥିଲେ।

ମାତ୍ର ଜଣେ ଶ୍ରୀଲଙ୍କା ପ୍ରଶଂସକଙ୍କୁ ଏହି ପୋଷ୍ଟ ସେତେଟା ପସନ୍ଦ ଆସି ନ ଥିଲା। ସେ ଅଶ୍ୱିନଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ। ନିବରାଜ ରମଜାନ ନାମକ ଉକ୍ତ ପ୍ରଶଂସକ ଲେଖିଥିଲେ, ‘ଆପଣଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାରକୁ ମୋମିନୁଲ ହକ୍‌ଙ୍କୁ ଦେଇଦେବା ଉଚିତ ଥିଲା, ଯିଏ ଉକ୍ତ କ୍ୟାଚ୍‌କୁ ଛାଡ଼ି ଦେଇଥିଲେ। ଯଦି ସେ କ୍ୟାଚ୍‌ ନେଇ ଯାଇଥାନ୍ତେ ତେବେ ଭାରତ ୮୯ ରନ୍‌ରେ ଅଲଆଉଟ୍‌ ହୋଇଥାନ୍ତା।’

ଏହାର ଜବାବରେ ଅଶ୍ୱିନ କହିଥିଲେ, ଆରେ ନା। ମୋତେ ଲାଗିଲା ମୁଁ ତୁମକୁ ବ୍ଲକ କରିଦେଇଛି। କ୍ଷମା କର। ସେ ଅନ୍ୟଜଣଙ୍କ ନାମ କ’ଣ? ହଁ। ଡାନିଏଲ ଆଲେକ୍‌ଜାଣ୍ଡର। କଳ୍ପନା କର କି ଯଦି ଭାରତ କ୍ରିକେଟ ଖେଳି ନ ଥାନ୍ତା ତେବେ ତୁମେ ଦୁଇଜଣ କ’ଣ କରିଥାନ୍ତ।

କହିରଖୁଛୁ ଯେ, ନିବରାଜଙ୍କ ବ୍ୟତିତ ଆଉ ଜଣେ ଶ୍ରୀଲଙ୍କାର ଡାନିଏଲ ମଧ୍ୟ ଭାରତକୁ ଟ୍ରୋଲ କରିବାକୁ ଚେଷ୍ଟା କରିଥାନ୍ତି। ଅଶ୍ୱିନ ଟୁଇଟ୍‌ କରି ତାଙ୍କ ନାମକୁ ଉଲ୍ଲେଖ କରିଛନ୍ତି।

Share