Categories: ଖେଳ

୪ ଓଭରରେ ମାତ୍ର ୮ ରନ୍‌: ଉଇକେଟ ନ ନେଇ ବି ଚର୍ଚ୍ଚାରେ ଏହି ଭାରତୀୟ ବୋଲର୍‌

ଥିରୁଭାନନ୍ତପୁରମ୍‌,୨୯।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ୮ ଉଇକେଟରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଅତିଥି ଟିମ୍‌ ୧୦୬ରେ ସମସ୍ତ ଉଇକେଟ ହରାଇଥିଲା। ପରେ ଭାରତ ୨ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ତେବେ ମ୍ୟାଚ୍‌ରେ ଗୋଟିଏ ବି ଉଇକେଟ ନେଇ ନ ଥିଲେ ହେଁ ଭାରତୀୟ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଶ୍ୱିନ୍‌ ପ୍ରଥମ ଟି୨୦ରେ ୪ ଓଭର ବୋଲିଂ କରିଥିଲେ। ଏଥିରେ ସେ ମାତ୍ର ୮ ରନ୍‌ ଦେଇଥିଲେ। ଏହି ସମୟରେ ସେ ଗୋଟିଏ ବି ଉଇକେଟ ନେଇ ନ ଥିଲେ ହେଁ ୨୪ ବଲ୍‌ରୁ ୧୬ଟି ଡଟ୍‌ ବଲ୍‌ ଥିଲା। ତାଙ୍କର ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ଟିମ୍‌ ଉପରେ ଚାପ ପଡ଼ିଥିଲା। ତେବେ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆର ଟି୨୦ ଦଳରେ ସ୍ଥାନ ପାଇଥିଲେ।

Share