Categories: ଖେଳ

ଏଲନ ମସ୍କଙ୍କୁ ଟୁଇଟ୍‌ ଯୋଗେ ସହାୟତା ମାଗିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ହିରୋ ଥିବା ଆର ଅଶ୍ୱିନଙ୍କୁ ଟୁଇଟର୍‌ରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଟୁଇଟରରେ ଅଶ୍ୱିନ ବହୁତ ସକ୍ରିୟ ରହିଛନ୍ତି। ସେ ନିଜ ଟୁଇଟ୍‌ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି। ଅଶ୍ୱିନ ତାଙ୍କ ଟୁଇଟର୍‌ ସମ୍ବନ୍ଧୀୟ ସମସ୍ୟା ପାଇଁ ସିଧାସଳଖ ଟୁଇଟର୍‌୍‌ ମାଲିକ ଏଲନ ମସ୍କଙ୍କୁ ପ୍ରଶ୍ନ କରିଥିଲେ। ସେ ତାଙ୍କ ଆକାଉଣ୍ଟର ସୁରକ୍ଷାକୁ ନେଇ କିଛି ମାତ୍ରାରେ ଚିନ୍ତିତ ଥିବା ଦେଖାଯାଇଛି।
ଅଶ୍ୱିନ ଟୁଇଟ୍‌ କରି ସୁରକ୍ଷା ବିଷୟରେ ପ୍ରଶ୍ନ କରିଥିଲେ। ସେ ଟୁଇଟ୍‌ କରି ଲେଖିଛନ୍ତି, ମାର୍ଚ୍ଚ ୧୯ ପୂର୍ବରୁ ମୁଁ କିପରି ମୋର ଟୁଇଟର୍‌ ଆକାଉଣ୍ଟକୁ ସୁରକ୍ଷିତ କରିପାରିବି? ମୋତେ ପପ-ଅପ ମିଳୁଛି, କିନ୍ତୁ କୌଣସି ଲିଙ୍କ ସ୍ପଷ୍ଟ ନୁହେଁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଏଲନ ମସ୍କ ଖୁସି ହୁଅନ୍ତି। ଆମକୁ ସଠିକ ଦିଗରେ ସୂଚିତ କରନ୍ତୁ।
ବର୍ଡର-ଗାଭାସ୍କର ଟ୍ରଫିରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଅଶ୍ୱିନଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପ୍ରଦାନ କରାଯାଇଥିଲା। ସେ ହାରାହାରି ୧୭.୨୮ରେ ମୋଟ ୨୫ ଉଇକେଟ ନେଇଥିଲେ। ଏଥିରେ ସେ ଦୁଇଥର ୫ରୁ ଅଧିକ ଉଇକେଟ ନେଇଥିଲେ। ଏଥି ସହିତ ସେ ସିରିଜରେ ବ୍ୟାଟିଂ କରି ୮୬ ରନ ସ୍କୋର କରିଥିଲେ। ଅଶ୍ୱିନ ବର୍ତ୍ତମାନ ବିଶ୍ୱର ଏକ ନମ୍ବର ଟେଷ୍ଟ ବୋଲର ଅଟନ୍ତି।

 

Share