ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ପୁଣିଥରେ ଦଳରେ ସାମିଲ କରିଛି। ରବିବାର ଅନୁଷ୍ଠିତ ନିଲାମୀରେ ଟିମ୍ ଅଶ୍ୱିନୀଙ୍କୁ ୯.୭୫ କୋଟି ଟଙ୍କାରେ କିଣିଛି। ଅଶ୍ୱିନୀ ଚେନ୍ନାଇରେ ତାଙ୍କର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିବା ବେଳେ ଏବେ ପୁଣିଥରେ ନିଜର ଘରୋଇ ଟିମକୁ ଫେରିଛନ୍ତି।
ଅଶ୍ୱିନୀଙ୍କ ବ୍ୟତୀତ ସିଏସକେ ନ୍ୟୁଜିଲାଣ୍ଡର ଡେଭିଡ କନୱେ, ରଚିନ ରବୀନ୍ଦ୍ରଙ୍କୁ ଦଳରେ ପୁନର୍ବାର ସାମିଲ କରିଛି। କନୱେଙ୍କୁ ୬.୨୫ କୋଟି, ରଚିନଙ୍କୁ ୪ କୋଟି ଟଙ୍କାରେ ସିଏସକେ ଆରଟିଏମ ବ୍ୟବହାର କରି ଦଳକୁ ଫେରାଇ ଆଣିଛି। ତେବେ ଦଳ ଏଥର ଭାରତୀୟ ଦୁର୍ଦଶ ବ୍ୟାଟର ରାହୁଲ ତ୍ରିପାଠୀଙ୍କୁ ୩.୪ କୋଟି ଟଙ୍କାରେ କିଣିଛି।