Posted inଖେଳ

ଚିନ୍ତାରେ ଭାରତୀୟ ଟିମ୍‌: ପନ୍ତଙ୍କ ପରେ ଜାଡେଜା ଗଲେ ଡାକ୍ତରଖାନା

ସିଡନୀ,୯।୧: ଭାରତୀୟ ଦଳ ପାଇଁ ଗୋଟିଏ ପରେ ଗୋଟିଏ ଖରାପ ଖବର ଆସିବାରେ ଲାଗିଛି। ଷ୍ଟାର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିବା ପରେ ସ୍କାନ ପାଇଁ ଡାକ୍ତରଖାନା ନିଆଯାଇଛି। ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କୁ ସ୍କାନ ପାଇଁ ନିଆଯାଇଥିଲା। ତେବେ ୩୨ ବର୍ଷୀୟ ଜାଡେଜାଙ୍କୁ ମାଇକେଲ ଷ୍ଟାର୍କଙ୍କ ଶଟ୍‌ବଲ୍‌କୁ ଖେଳିବାକୁ ଯାଇ ଆଘାତ ଲାଗିଥିଲା। ହେଲେ ସେ ଖେଳ ଜାରି ରଖିଥିବା ବେଳେ ୨୮ ରନ୍‌ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆର ୩୩୮ରନ୍‌ ଜବାବରେ ଭାରତୀୟ ଟିମ୍‌ ପ୍ରଥମ ପାଳିରେ ୨୪୪ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଏହାପରେ ଦ୍ୱିତୀୟ ପାଳି ଖେଳ ଚାଲିଥିବା ବେଳେ ଭାରତର ଦୁଇ ଆହତ ଖେଳାଳି ପଡ଼ିଆକୁ ଆସିନାହାନ୍ତି। ପନ୍ତଙ୍କ ସ୍ଥାନରେ ରିଦ୍ଧିମାନ ଶାହା ଉଇକେଟକିପିଂ କରୁଛନ୍ତି। ସେହିଭଳି ଜାଡେଜାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲ୍‌ ଫିଲ୍ଡିଂ କରୁଥିବା ଦେଖାଯାଇଛି।

ପ୍ରକାଶ ଯେ, ମହମ୍ମଦ ଶାମି ଏବଂ ଉମେଶ ଯାଦବ ଆହତ ସମସ୍ୟାକୁ ନେଇ ଚଳିତ ସିରିଜ୍‌ରୁ ବାହାର ହୋଇଛନ୍ତି। ଏବେ ଆଉ ଦୁଇ ଖେଳାଳି ଆହତ ହେବା ପରେ ଟିମ୍‌ର ଚିନ୍ତା ବଢ଼ିଛି। ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଜାଡେଜା ଭଲ ବୋଲିଂ କରିଥିଲେ। ସେ ୪ଟି ଉଇକେଟ ନେଇଥିଲେ। ହେଲେ ଦ୍ୱିତୀୟ ପାଳିରେ ସେ ଆହତ ହୋଇ ଡାକ୍ତରଖଶନାରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକାଇ ଦେଲା ବିସିସିଆଇ, ଗାବା ଟେଷ୍ଟ ମଧ୍ୟରେ ୩ ଖେଳାଳିଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୧୫।୧୨: ବର୍ଡା-ଗାଭାସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଉଛି । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ଡିସେମ୍ବରରୁ...

ଗୁକେଶ ଚାମ୍ପିୟନ ହେବାକୁ ହଜମ କରିପାରୁନି ରୁଷିଆ, FIDE ଦ୍ୱାରା ଯାଞ୍ଚର ଦାବି କଲେ CFR ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୪।୧୨: ଚେସ ଫେଡରେଶନ ଅଫ ଇଣ୍ଡିଆ(ସିଏଫଆର୍‌)ର ଅଧ୍ୟକ୍ଷ ଆନ୍ଦ୍ରେଇ ଫିଲାଟୋଭ ଡି ଗୁକେଶଙ୍କ ବିରୋଧରେ ଡିଙ୍ଗ ଲିରେନ ଜାଣିଶୁଣି ମ୍ୟାଚ୍‌ ହାରିଥିବା ନେଇ ଅଭିଯୋଗ କରିଛନ୍ତି।...

‘ବୁମ୍‌ରାଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦେବା ଉଚିତ’

ନୂଆଦିଲ୍ଲୀ,୧୪।୧୨: ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦିଅନ୍ତୁ ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା। କ୍ରିକେଟରଙ୍କୁ କିଛି ଏଭଳି ପରାମର୍ଶ ଦେଇଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ...

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ

ବ୍ରିସବେନ,୧୪।୧୨ ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି।...

ବିଶ୍ୱ ଚେସ୍‌ ଚାମ୍ପିୟନ୍‌ ଡି ଗୁକେଶଙ୍କ ଉପରେ ଟଙ୍କାବର୍ଷା, ବିଜୟ ପରେ ପାଇଲେ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ସିଙ୍ଗାପୁରରେ ଚାଲିଥିବା ୨୦୨୪ ବିଶ୍ୱ ଚେସ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି ଭାରତର...

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ୨୪ ଘଣ୍ଟାରେ ଦ୍ୱିତୀୟ କ୍ରିକେଟର୍‌ ଭାବେ…

ଇସଲାମାବାଦ୍‌,୧୪।୧୨: ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମିର ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ଅମିର ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ...

ଆରସିବି-କେକେଆର ଅଧିନାୟକକୁ ନେଇ ସ୍ପଷ୍ଟ ହେଲା ଚିତ୍ର, ଏହି ଖେଳାଳିଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୫ର ୧୮ ତମ ସିଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ତଥାପି, ଏପରି ଅନେକ ଦଳ ଅଛନ୍ତି...

Video: ପୁଅ ବିଶ୍ୱ ଚାମ୍ପିୟନ୍ ହେଲା ପରେ ଭାବୁକ ହେଲେ ଗୁକେଶଙ୍କ ବାପା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୧୨ା୧୨: ଯଦି କାହାର ପୁଅ ୧୮ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନ୍ ହୁଏ, ତେବେ ବାପାଙ୍କ ଖୁସିର କୌଣସି ସୀମା ରହିନଥାଏ। ୟଙ୍ଗ ଗ୍ରାଣ୍ଡ ମାଷ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri