Categories: ଖେଳ

୧୭ ବର୍ଷରେ ମା’ଙ୍କୁ ହରାଇଥିଲେ; ଉଭଣୀଙ୍କ ପାଇଁ ଆଜି ସଫଳ କ୍ରିକେଟର ପାଲଟିଛନ୍ତି ‘ସାର୍‌ ଜାଡେଜା’

ନୂଆଦିଲ୍ଲୀ,୨୬।୭: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡରମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ଜଣେ। ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେବା ସାଙ୍ଗକୁ ସ୍ପିନ ବୋଲର ମଧ୍ୟ। ପ୍ରଶଂସକଙ୍କ ଗହଣରେ ସେ ‘ସାର୍‌ ଜାଡେଜା’ ନାମରେ ପରିଚିତ। ତେବେ ଆଜିର ଏହି ସଫଳ ଅଲରାଉଣ୍ଡରଙ୍କୁ ଏହି ସୋପାନରେ ପହଞ୍ଚିବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି।

ଜାଡେଜା ୧୭ ବର୍ଷ ବୟସରେ ତାଙ୍କ ମା’ଙ୍କୁ ହରାଇଥିଲେ। ୨୦୦୫ରେ ଏକ ସଡ଼କ ଦୁର୍ଘଟଣାରେ ତାଙଙ୍କର ମୃତ୍ୟୁ ଘଟିଥିଲା। ମା’ଙ୍କ ଏଭଳି ମୃତ୍ୟୁ ଜାଡେଜାଙ୍କୁ ପୁରା ଭାଙ୍ଗି ଦେଇଥିଲା। ସେ ଏତେ ଦୁଃଖି ରହିଥିଲେ ଯେ କ୍ରିକେଟରୁ ଦୂରେଇ ଯାଇଥିଲେ। ସେତେବେଳେ ତାଙ୍କ ଭଉଣୀ ନୈନା ତାଙ୍କୁ ସମ୍ଭାଳିଥିଲେ। ସେ ଜାଡେଜାଙ୍କ ପରିବାରର ଦାୟିତ୍ୱ ତୁଲାଇବା ସହ ଭାଇଙ୍କୁ ନିଜର ସ୍ବପ୍ନ ପୂରଣ କରିବାରେ ସହାୟତା କରିଥିଲେ।

୧୯୮୮ ଡିସେମ୍ବର ୬ରେ ଜାମନଗର ଜିଲାରେ ଥିବା ଏକ ଗୁଜରାଟୀ ପରିବାରରେ ଜାଡେଜାଙ୍କ ଜନ୍ମ। ତାଙ୍କ ବାପା ଅନିରୁଦ୍ଧ ଜଣେ ସୁରକ୍ଷା ଏଜେନ୍ସିରେ ଚୌକିଦାର ଥିଲେ। ସେ ତାଙ୍କ ପୁଅଙ୍କୁ ସେନାରେ ଭର୍ତ୍ତି କରିବାକୁ ଚାହୁଁଥିଲେ। କିନ୍ତୁ ଜାଡେଜାଙ୍କୁ କ୍ରିକେଟ ବହୁତ ପସନ୍ଦ ଥିଲା। ସେ ନିଜର ପରିଶ୍ରମ ବଳରେ ଜଣେ ସଫଳ କ୍ରିକେଟର ପାଲଟିଛନ୍ତି।

Share