ନୂଆଦିଲ୍ଲୀ,୫।୨: ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିବାରେ ୧୦ ବର୍ଷ ପୂରଣ କରିଛନ୍ତି ବିସ୍ଫୋରକ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଫ୍ରାଞ୍ଚାଇଜ୍ ପକ୍ଷରୁ ଜାଡେଜାଙ୍କ ପୂର୍ବର ଆଉ ଏବେର ଫଟୋ ଶେୟାର କରି ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଏହାର ଜବାବରେ କ୍ରିକେଟର ଆହୁରି ୧୦ ବର୍ଷ ବାକି ଅଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ଆଇପିଏଲ ସିଏସ୍କେ ଚାରି ଖେଳାଳିଙ୍କୁ ରିଟେନ୍ କରିଛି। ସେମାନଙ୍କ ମଧ୍ୟରେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୧୨ କୋଟି ଟଙ୍କାରେ, ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୧୬ କୋଟି ଟଙ୍କାରେ, ବିସ୍ଫୋରକ ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକୱାଡଙ୍କୁ ୬ କୋଟି ଟଙ୍କା ଏବଂ ଇଂଲଣ୍ଡର ଅଲରାଉଣ୍ଡର ମୋଏନ ଅଲିଙ୍କୁ ୮ କୋଟି ଟଙ୍କରେ ରିଟେନ କରାଯାଇଛି।
ତେବେ ଆଇପିଏଲର ସଫଳ ଦଳ ମଧ୍ୟରୁ ସିଏସ୍କେ ଅନ୍ୟତମ। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଏହି ଦଳ ଚାରିଥର ଆଇପିଏଲ ଟାଇଟଲ ଜିତିଛି। ଏହି ଦଳରେ ଅନେକ ମ୍ୟାଚ ବିଜେତା ଖେଳାଳି ଅଛନ୍ତି।
10 Years of Super Jaddu 🪄🦁 #WhistlePodu #Yellove💛 @imjadeja pic.twitter.com/JRcQUGCFT2
— Chennai Super Kings – Mask P😷du Whistle P🥳du! (@ChennaiIPL) February 4, 2022