Categories: ଖେଳ

୨୦୦ ଉଇକେଟ୍‌ କ୍ଲବରେ ପହଞ୍ଚିଲେ ଜାଡେଜା

କଲମ୍ବୋ, ୧୬।୯: କଲମ୍ବୋସ୍ଥିତ ଆର୍‌.ପ୍ରେମାଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ର ଅନ୍ତିମ ସୁପର-୪ ମ୍ୟାଚରେ ଭାରତ ବାଂଲାଦେଶଠାରୁ ୬ ରନ୍‌ରେ ପରାସ୍ତ ହୋଇଥିଲା। ହେଲେ ଏହି ମ୍ୟାଚ୍‌ରେ ଭାରତର ଷ୍ଟାର ବୋଲର ରବୀନ୍ଦ୍ର ଜାଡେଜା ଗୋଟିଏ ଉଇକେଟ ନେଇ ଦିନିକିଆରେ ଫର୍ମାଟ୍‌ରେ ୨୦୦ ଉଇକେଟ ପୂରଣ କରିବାର ଗୌରବ ହାସଲ କରିଛନ୍ତି। ଜାଡେଜା ତାଙ୍କର ୧୭୫ତମ ଇନିଂସ୍‌ରେ ସପ୍ତମ ଭାରତୀୟ ଭାବେ ଦିନିକିଆରେ ୨୦୦ ଉଇକେଟ ପୂରଣ କରିଛନ୍ତି।

୫୦ ଓଭର ଫର୍ମାଟ୍‌ରେ ୩୪ ବର୍ଷୀୟ ଜାଡେଜା ୭ ଥର ୪ ଉଇକେଟ ନେଇଥିବା ବେଳେ ଗୋଟିଏ ଥର ୫ ଉଇକେଟ ନେଇଛନ୍ତି। ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ୧୦ ଓଭରରେ ୩୬ ରନ୍‌ ଦେଇ ୫ ଉଇକେଟ ହାସଲ କରିବା। ୨୦୦୯ରେ ଭଦୋଦରାଠାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଜାଡେଜାଙ୍କ ପ୍ରଥମ ଉଇକେଟ୍‌ ଭାବେ ରିକି ପଣ୍ଟିଂଙ୍କୁ ଆଉଟ୍‌ କରିଥିଲେ।

Share