ମୁମ୍ବାଇ,୧।୪: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ୱାରେଣ୍ଟିନ ପରିୟଡ୍ ଶେଷ କରିବା ପରେ ଗୁରୁବାର ଯୋଗ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) କ୍ୟାମ୍ପରେ। ଆହତ ଜନିତ ସମସ୍ୟା ଯୋଗୁ ଗତ ୩ ମାସ ହେଲା କ୍ରିକେଟରୁ ଦୂରରେ ଥିଲେ ଜାଡେଜା। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ ସେ ପଡ଼ିଆକୁ ଓହ୍ଲାଇବେ। ସିଏସ୍କେ କ୍ୟାମ୍ପରେ ଯୋଗ ଦେବା ପୂର୍ବରୁ ଜାଡେଜା ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ବୁଢ଼ା ଆଙ୍ଗୁଠିରେ ଅସ୍ତ୍ରୋପଚାର ପରେ ଏହି ଅଲରାଉଣ୍ଡର ଫିଟ୍ନେସ୍ ପ୍ରମାଣପତ୍ର ପାଇଁ ଏନ୍ସିଏ ଯାଇଥିଲେ।
ସିଏସ୍କେ ପକ୍ଷରୁ ଏକ ଫଟୋ ଟୁଇଟରରେ ଶେୟାର କରାଯାଇଛି, ଯେଉଁଥିରେ ଜାଡେଜା ଓ ସୁରେଶ ରାଇନାଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ମିଳୁଛି।