Advertisement

ଜାଡେଜାଙ୍କ ଦ୍ୱିଶତକ ପୂର୍ବରୁ କାହିଁକି ହେଲା ଇନିଂସ ଘୋଷଣା: ରୋହିତ କଲେ ଖୁଲାସା

ମୋହାଲି,୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ  ମାତ୍ର ୩ ଦିନରେ ଶେଷ ହୋଇଛି। ଅଧିନାୟକ ଭାବେ ରୋହିତ୍‌ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ ଟିମ ଇଣ୍ଡିଆ ଇନିଂସ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି।
ଭାରତ ପ୍ରଥମ ଇନିଂସରେ ୮ ଉଇକେଟ ହରାଇ ୫୭୪ ରନର ବିଶାଳ ସ୍କୋର ଛିଡା କରିଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ କରି ଅଲଆଉଟ ହୋଇଥିଲା। ଫଲୋଅନ ଖାଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କ ଦ୍ୱିତୀୟ ଇନିଂସରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରି ମାତ୍ର ୧୭୮ ରନରେ ଅଲଆଉଟ ହୋଇଛି। ବ୍ୟାଟରେ ଅପରାଜିତ ୧୭୫ ରନର ଯୋଗଦାନ କରିଥିବା ଜାଡେଜା ବୋଲିଂରେ ମଧ୍ୟ କମାଲ କରି ମୋଟ ୯ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ତେବେ ମ୍ୟାଚ୍‌ର ସବୁଠୁ ବଡ ପ୍ରଶ୍ନ ହେଲା ରବିନ୍ଦ୍ର ଜାଡେଜାଙ୍କ ଦ୍ୱିଶତକ ପୂର୍ବରୁ ଟିମ ଇଣ୍ଡିଆ କାହିଁକି ଇନିଂସ ଘୋଷଣା କଲା। ମ୍ୟାଚ୍‌ ପରେ ରୋହିତ ଶର୍ମା ମ୍ୟାଚ ଏହାର ଖଉଲାସା କରିଛନ୍ତି। ରୋହିତ ଶର୍ମା କହିଛନ୍ତି, ଏହା ଦଳ ଏବଂ ରବିନ୍ଦ୍ର ଜାଡେଜାଙ୍କ ନିଷ୍ପତ୍ତି ଥିଲା। ଏଥିରୁ ଜଣା ପଡେ ସେ ଜଣେ ସ୍ବାର୍ଥହୀନ ଖେଳାଳି। ଏହି ମ୍ୟାଚ୍‌ରେ ଉଭୟ ବ୍ୟାଟ୍‌ ଏବଂ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ସୂଚନାଯୋଗ୍ୟ, ମ୍ୟାଚ୍‌ରେ ଦ୍ୱିତୀୟ ଦିନରେ ରବିନ୍ଦ୍ର ଜାଡେଜା ୧୭୫ ରନ୍‌ରେ ବ୍ୟାଟିଂ କରୁଥିବାବେଳେ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ। ତାଙ୍କ ଦ୍ୱିଶତକ ପୂରଣ ହେବାକୁ ଆଉ ମାତ୍ର ୨୫ ରନ୍‌ ବାକି ଥିଲା। ଏହି ସମୟରେ ଇନିଂସ ଘୋଷଣାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share