Categories: ଖେଳ

ଜାଡେଜାଙ୍କ ଅପେକ୍ଷାରେ ମାଇଲଷ୍ଟୋନ

ବାଙ୍ଗାଲୋର,୧୧।୩: ଶନିବାର ଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଦିବା-ରାତ୍ର ଟେଷ୍ଟରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ବଡ଼ ବ୍ୟକ୍ତିଗତ ମାଇଲଷ୍ଟୋନ ହାସଲ କରିପାରିନ୍ତି। ଭାରତ ପାଇଁ ୫୯ତମ ଟେଷ୍ଟ ଖେଳିବାକୁ ଯାଉଥିବା ଜାଡେଜାଙ୍କୁ ୨୫୦ ଉଇକେଟଠାରୁ ୯ ଉଇକେଟ ଦରକାର। ଜାଡେଜା ଦିବାରାତ୍ର ଟେଷ୍ଟରେ ଆବଶ୍ୟକୀୟ ସଂଖ୍ୟକ ଉଇକେଟ ହାତେଇବାରେ ସଫଳ ହେଲେ ସେ ୩ୟ ଦ୍ରୁତତମ ଭାରତୀୟ ଭାବେ ୨୫୦ ଉଇକେଟ ପୂରଣ କରିବେ। ତେବେ ଭାରତୀୟଙ୍କ ମଧ୍ୟରେ ଖୁବ୍‌ କମ୍‌ ମ୍ୟାଚ୍‌ରେ ୨୫୦ ଉଇକେଟ ନେବାର ରେକର୍ଡ ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ରହିଛି। ତାଙ୍କ ପଛକୁ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଅଛନ୍ତି।

Share