ନୂଆଦିଲ୍ଲୀ,୨।୩: ଟିମ୍ ଇଣ୍ଡିଆର ତାରକା କ୍ରିକେଟର ରବିନ୍ଦ୍ର ଜାଡେଜା ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରୁ ଜଣେ। ଗତ କିଛି ବର୍ଷ ମଧ୍ୟରେ ସେ ଭାରତୀୟ ଦଳ ଲାଗି ମ୍ୟାଚ୍ ବିଜେତା ଭାବେ ଉଭା ହୋଇଛନ୍ତି ବୋଲି କହିବା ଭୁଲ ହେବ ନାହିଁ। ଜାଡେଜା ଗୁଜରାଟର ଜାମନଗରର ବାସିନ୍ଦା। ସେ ତାଙ୍କ ସହରର ଜଣେ ପ୍ରସିଦ୍ଧ ବ୍ୟକ୍ତି । ଜାମନଗରରେ ଥିବା ଜାଡେଜାଙ୍କ ବଙ୍ଗଳା କୌଣସି ରାଜପ୍ରାସାଦଠାରୁ କମ ନୁହେଁ।
ଜାଡେଜାଙ୍କ ବଙ୍ଗଳା ରାଜପ୍ରସାଦ ଭଳି। ଏଥିରେ ବିରାଟ କବାଟ ଏବଂ ଭିଣ୍ଟେଜ ଆସବାବପତ୍ର ଏବଂ ଝୁଲା ଅଛି। ଜାଡେଜାଙ୍କ ଘରେ ଏକରୁ ବଳି ଏକ ଦାମୀ ସାଜସଜ୍ଜା ସାମଗ୍ରୀ ରହିଛି। ତାଙ୍କ ବାସଭବନରେ ଏକ ପ୍ଲସ ସୋଫା ଅଛି। ବଙ୍ଗଳାରେ ଏକ ବିଶାଳ ଡାଇନିଂ କ୍ଷେତ୍ର ଅଛି, ଯାହା ଏକ ରାଜକୀୟ ଅନୁଭବ ଦେଇଥାଏ ।
ରବିନ୍ଦ୍ର ଜାଡେଜାଙ୍କର ଏକ ଫାର୍ମ ହାଉସ ମଧ୍ୟ ଅଛି, ଯାହା ର ନାଁ ‘ମି.ଜଡ୍ଡୁ ଫାର୍ମ ହାଉସ୍’। ତାଙ୍କ ଫାର୍ମ ହାଉସରେ ସେ ଅଧିକାଂଶ ସମୟ ନିଜ ଘୋଡା ସହିତ ବିତାଉଥିବାର ଦେଖାଯାଏ। ଏହାର ଅନେକ ଫଟୋ ଏବଂ ଭିଡିଓ ସେ ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିଥାନ୍ତି।