ମୁମ୍ବାଇ,୯।୪: ଆଇପିଏଲ୍ ୨୦୨୨ର ୧୭ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଶନିବାର ଖେଳାଯାଉଛି। ଏହି ମ୍ୟାଚ୍ରେ ଚେନ୍ନାଇ ଅଧିନାୟକ ରବିନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ନିଜ ନାମରେ କରିଛନ୍ତି।
ଚେନ୍ନାଇ ବିପକ୍ଷରେ ଜାଡେଜାଙ୍କର ଏହା ୧୫୦ତମ ମ୍ୟାଚ୍। ଏଭଳି କରିବାରେ ସେ ତୃତୀୟ ଖେଳାଳି ପାଲଟିଛନ୍ତି। ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ, ସୁରେଶ ରାଇନା ମଧ୍ୟ ତାଲିକାରେ ସାମିଲ ଅଛନ୍ତି। ଧୋନୀ ଏଯାବତ ୨୧୭ ମ୍ୟାଚ୍ ଖେଳିଥିବା ବେଳେ ରାଇନା ୨୦୦ ମ୍ୟାଚ୍ ଖେଳିଥିଲେ।
ତେବେ ଜାଡେଜା ସିଏସ୍କେ ପକ୍ଷରୁ ୧୫୦ ମ୍ୟାଚ୍ ଖେଳି ୧୫୨୩ ରନ୍ କରିଛନ୍ତି। ଏଥିରେ ସେ ୧୧୦ ଉଇକେଟ ନେଇଛନ୍ତି।