ମୁମ୍ବାଇ,୫।୫: ନିଜ ପଦରୁ ଇସ୍ତଫା ଦେବା ସତ୍ତ୍ୱେ ନିଜ ଫର୍ମକୁ ଫେରିପାରୁନାହାନ୍ତି ଚେନ୍ନାଇ ସୁପରକିଙ୍ଗ୍ସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଆଇପିଏଲ୍ ୨୦୨୨ର ଆରମ୍ଭରୁ ଜାଡେଜାଙ୍କୁ ଚେନ୍ନାଇର ନେତୃତ୍ୱ ମିଳିଥିଲା। ହେଲେ ଦାୟିତ୍ୱ ସମ୍ଭାଳିବା ପରେ ସେ ନିଜ ଖେଳ ପ୍ରତି ଧ୍ୟାନ ଦେଇ ପାରି ନ ଥିଲେ। ଏଥିଯୋଗୁ ସେ ଅଧିନାୟକ ପଦ ଛାଡ଼ି ଧୋନୀଙ୍କୁ ପୁନର୍ବାର ଅଧିନାୟକ କରିଥିଲେ। ଏହାପରେ ବି ସେ ଷ୍ଟ୍ରଗଲ କରୁଛନ୍ତି। ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍ରେ ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଫେଲ୍ ମାରିଥିବା ଦେଖାଯାଇଛି। ମ୍ୟାଚ୍ରେ ସେ କୌଣସି ଉଇକେଟ ନ ନେଇ ସେ ୪ ଓଭରରେ ମାତ୍ର ୨୦ ରନ୍ ଦେଇଥିବା ବେଳେ ୫ ବଲ୍ରେ ମାତ୍ର ୩ ରନ୍ କରିଥିଲେ।
କହିରଖୁଛୁ, ଚେନ୍ନାଇ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବାଙ୍ଗାଲୋର ଟିମ୍ ପ୍ରଥମେ ବ୍ୟାଟିଂ କରି ୧୭୩ ରନ୍ କରିଥିଲା। ଜବାବରେ ଚେନ୍ନାଇ ୮ ଉଇକେଟ ହରାଇ ୧୬୦ ରନ୍ କରିପାରିଥିଲା।