Advertisement

‘ମୋ ପତ୍ନୀଙ୍କ ଛବି ଖରାପ କରିବା ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୯।୨: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ। ଏବେ ଜାଡେଜା ବାପାଙ୍କ କଥାକୁ କାଟି ପତ୍ନୀଙ୍କ ସପକ୍ଷରେ ବାହାରିଛନ୍ତି। ଏପରିକି ରିଭାଭାଙ୍କ ବିଷୟରେ ଖରାପ କହିବା ବନ୍ଦ କରିବାକୁ ସେ କହିଛନ୍ତି।

Ravindra Jadeja Hits Back at Father Anirudhsinh Jadeja for Publicly Tarnishing His Wife's Image • ProBatsmanRavindra Jadeja Hits Back at Father Anirudhsinh Jadeja for Publicly Tarnishing His Wife's Image • ProBatsman

ଅନିରୁଦ୍ଧ ସିଂ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ସେଥିରେ ସେ ବିବାହ ପରେ ପୁଅଙ୍କ ଭିତରେ ଆସିଥିବା ପରିବର୍ତ୍ତନ ବିଷୟରେ କହିଥିଲେ। ଜାଡେଜା ତାଙ୍କ ସମ୍ପର୍କରେ ନାହାନ୍ତି। ଗୋଟିଏ ସହରରେ ରହୁଥିଲେ ହେଁ ଭେଟିବାକୁ ଆସୁ ନ ଥିବା ସେ କହିଥିଲେ। ଏବେ ଏହି ସାକ୍ଷାତକାରକୁ ସ୍କ୍ରିପ୍ଟେଡ୍‌ ବୋଲି କହିଛନ୍ତି ଜାଡେଜା। ଏକ ଟୁଇଟ୍‌ କରି ‘ ବହୁତ କିଛି କହିବାର ଅଛି, ହେଲେ ସାର୍ବଜନିକ ଭାବେ କିଛି କହିବେ ନାହିଁ, ସ୍କ୍ରିପ୍ଟେଡ୍‌ ସାକ୍ଷାତକାରରେ ଯାହା ବି କୁହାଯାଇଛି ତାକୁ ଅଣଦେଖା କରନ୍ତୁ ବୋଲି ସେ କହିଛନ୍ତି।

Ravindra Jadeja reacts on father Anirudhsinh Jadeja interview Rivaba Jadeja -'मेरी पत्नी की छवि खराब करना बंद करो', गुस्साए रविंद्र जडेजा ने अपने पिता पर साधा निशाना | JansattaRavindra Jadeja reacts on father Anirudhsinh Jadeja interview Rivaba Jadeja -'मेरी पत्नी की छवि खराब करना बंद करो', गुस्साए रविंद्र जडेजा ने अपने पिता पर साधा निशाना | Jansatta

ଗୁଜରାଟୀ ଭାଷାରେ ନୋଟ୍‌ ଲେଖି ଜାଡେଜା କହିଛନ୍ତି, ସ୍ତ୍ରୀ ରିଭାଭାଙ୍କ ଛବି ଖରାପ କରନ୍ତୁ ନାହିଁ। ସାକ୍ଷାତକାରରେ କୁହାଯାଇଥିବା କଥା ନିରର୍ଥକ ଏବଂ ମିଥ୍ୟା ଅଟେ। ଏକତରଫା ଟିପ୍ପଣୀଗୁଡ଼ିକୁ ମୁଁ ଖଣ୍ଡନ କରୁଛି। ଏହା ଅନୁଚିତ ଏବଂ ନିନ୍ଦନୀୟ। ମୋତେ ବି ବହୁତ କିଛି କହିବାର ଅଛି। ହେଲେ ସାର୍ବଜନିକ ଭାବେ ତାକୁ ଲୋକଲୋଚନକୁ ଆଣିବା ଠିକ୍‌ ଭାବୁନି ବୋଲି ସେ କହିଛନ୍ତି।

Share