ପୁଷ୍ପା ପାଇଁ ପାଗଳ ଜାଡେଜା: ଖାଲି ଲୁକ୍‌ ନୁହେଁ , ଡାଏଲଗ କହି ଭିଡିଓ କଲେ ଶେୟାର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍‌ ପାଇଁ ଲଗାତାର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଖଣ୍ଡା ଧରି ବୁଲାଉଥିବା ଫଟୋ ଭାଇରାଲ ହେଉଥିବାବେଳେ କେତେବେଳେ ହର୍ସ ରାଇଡିଂ କରୁଥିବାର ନଜର ଆସିଥାନ୍ତି ।ମାତ୍ର ବର୍ତ୍ତମାନ ତାଙ୍କୁ ଆଉ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳୁଛି। ଯେଉଁ ଲୁକ୍‌କୁ ତାଙ୍କ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି। ଜାଡେଜା ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ଲୁକ୍‌ ଶେୟାର କରିଛନ୍ତି । ଯେଉଁଥିରେ ସେ ସାଉଥ ଇଣ୍ଡିଆନ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଲୁକରେ ନଜର ଆସିଛନ୍ତି । ନିକଟରେ ବକ୍ସ ଅଫିସରେ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ବହୁତ ଭଲ କଲେକ୍ସନ କରିଛି ।
ଜାଡେଜା ତାଙ୍କ ନୂଆ ଲୁକରେ ପୁଷ୍ପା ଫିଲ୍ମର ହିରୋ ଆଲ୍ଲୁ ଅର୍ଜୁନଙ୍କ ପରି ନଜର ଆସିଛନ୍ତି । ଏହା ସହ ସେ ଆଲ୍ଲୁ ଅର୍ଜୁନଙ୍କ ପରି ଡାଏଲଗ ମଧ୍ୟ କହୁଛନ୍ତି। ଜାଡେଜା ଉଭୟ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ଏହା ଏକ ଗ୍ରାଫିକାଲ ଫଟୋ । ସିଗାରେଟ, ବିଡି ଏବଂ ତମାଖୁ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏଥିରୁ କ୍ୟାନ୍ସର ହୁଏ’ । ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ଶେୟାର କରିବା ପରେ ଅଭିନେତା ଆଲ୍ଲୁ ଅର୍ଜୁନ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ।
https://www.instagram.com/ravindra.jadeja/?utm_source=ig_embed&ig_rid=233145d5-db8e-454f-8da1-a656bda9737f