ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି ଭାରତ। ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଟେଷ୍ଟ ସିରିଜ ଖେଳିବ ଦଳ। ଅଧିନାୟକ ଭାବେ ରୋହିତ ଶର୍ମା ନେତୃତ୍ୱ ନେବା ପରଠାରୁ ଦଳ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ଏପରି ସ୍ଥିତିରେ ଶ୍ରୀଲଙ୍କା ବିପକ୍ଷ ସିରିଜ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଏହାକୁ ଅନେକ ଦିନ ଥିବା ବେଳେ ଏବେ ଭାରତୀୟ ଟିମ୍କୁ ଜଣେ ଘାତକ ଅଲରାଉଣ୍ଡର ଫେରୁଛନ୍ତି। ସେ ହେଲେ ରବିନ୍ଦ୍ର ଜାଡେଜା।
ନ୍ୟୁଜିଲାଣ୍ଡ ବିପକ୍ଷରେ ଆହତ ହେବା ଯୋଗୁ ଜାଡେଜାଙ୍କୁ ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ ସିରିଜରୁ ବାଦ୍ ଦିଆଯାଇଥିଲା। ବର୍ତ୍ତମାନ ସେ ଲକ୍ଷ୍ନୌରେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ଏବେ ତାଙ୍କ ଘରବାହୁଡ଼ା ଯୋଗୁ ଭାରତର ବୋଲିଂ ଏବଂ ବ୍ୟାଟିଂ ଉଭୟ ମଜଭୂତ ହେବ।
କହିରଖୁଛୁ, ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-୨୦ ଫେବୃୟାରୀ ୨୪ରେ ଲକ୍ଷ୍ନୌରେ ଖେଳାଯିବ। ଏହାପରେ ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ଧର୍ମଶାଳାରେ ଖେଳାଯିବ। ସେହିଭଳି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୪-୮ ମୋହାଲିରେ ଖେଳାଯିବାକୁ ଥିବା ବେଳେ ଶେଷ ଟେଷ୍ଟ ୧୨ରୁ ୧୬ ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବ।