Categories: ଖେଳ

ସଫଳତାର ରାଜ୍‌ ଖୋଲିଲେ ଜାଡେଜା

ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଏଜବାଷ୍ଟନଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୧୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଭାରତ ପାଇଁ ଶତକ ହାସଲ କରିଥିଲେ। ପନ୍ତ ୧୧୧ ବଲରେ ୧୪୬ ରନ ସଂଗ୍ରହ କରିଥିବାବେଳେ ଜାଡେଜା ୧୯୪ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଷଷ୍ଠ ଉଇକେଟ ପାଇଁ ପନ୍ତ ଏବଂ ଜାଡେଜାଙ୍କ ମଧ୍ୟରେ ୨୨୨ ରନ ଭାଗିଦାରୀ ହୋଇଥିଲା। ଶତକୀୟ ଇନିଂସ ପରେ ନିଜ ସଫଳତାର ରାଜ୍‌ ଖୋଲିଛନ୍ତି ଜାଡେଜା।
ବିଦେଶରେ ରବିନ୍ଦ୍ର ଜାଡେଜାଙ୍କର ଏହା ପ୍ରଥମ ଶତକ ଥିଲା। ଏଡବାଷ୍ଟନ ଠାରେ ତୃତୀୟ ଦିନର ଖେଳ ପରେ ସେ କହିଛନ୍ତି, ମୁଁ ବହୁତ ଖୁସି ଯେ. ମୁଁ ଭାରତ ବାହାରେ ତାହା ପୁଣି ଇଂଲଣ୍ଡରେ ପ୍ରଥମ ଶତକ ସ୍କୋର କରିଛି। ଏହା ଜଣେ ଖେଳାଳିଙ୍କ ପାଇଁ ଏକ ବଡ଼ କଥା। ମୁଁ ଭାବୁଥିଲି ଯେ ଯଦି ମୁଁ ଭଲ ବଲ ପାଏ ତେବେ ମୁଁ କିଛି କରିପାରିବି ନାହିଁ, କିନ୍ତୁ ଅନ୍ତତଃପକ୍ଷେ ମୁଁ ଖରାପ ସଟ ଖେଳିବାକୁ ଚେଷ୍ଟା କରିବି ନାହିଁ। ଯଦି ବଲ ମୋ ପରିସର ମଧ୍ୟରେ ଆସେ, ମୁଁ ଏହାକୁ ମାରିବି। ମୁଁ କୌଣସି ‘ଟ୍ୟାଗ’ରେ ବିଶ୍ୱାସ କରେ ନାହିଁ। ଦଳର ଆବଶ୍ୟକତା ଅନୁଯାୟୀ ଖେଳିବାକୁ ଚେଷ୍ଟା କରେ ବୋଲି କହିଛନ୍ତି।

Share