Categories: ଖେଳ

୨ ଦିନିକିଆରୁ ବାଦପଡ଼ିଲେ ଜାଡେଜା : ତୃତୀୟ ଉପରେ ରହିଛି ନଜର

ପୋର୍ଟ ଅଫ୍‌ ସ୍ପେନ୍‌,୨୩ା୭: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦୁଇ ଅନ୍ତର୍ଜାତୀୟ ଦିନିକିଆ ମୁକାବିଲାରୁ ବାଦ୍‌ ପଡିଛନ୍ତି। ଆଣ୍ଠୁରେ ଆଘାତ କାରଣରୁ ପ୍ରଥମ ଦୁଇ ଦିନିକିଆରୁ ଜାଡେଜାଙ୍କୁ ବାଦ୍‌ ଦିଆଯାଇଛି। ପୂର୍ବରୁ ଏହି ସିରିଜରୁ ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ଶାମି, ଯଶପ୍ରୀତ ବୁମରା ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିଲା। ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ବିସିସିଆଇର ମେଡିକାଲ ଟିମ୍‌ ତାଙ୍କର ପରୀକ୍ଷା କରୁଛି। ତୃତୀୟ ଦିନିକିଆରେ ଜାଡେଜା ଖେଳିପାରିବେ କି ନାହିଁ ମେଡିକାଲ ରିପୋର୍ଟ ପରେ ସ୍ପଷ୍ଟ ହେବ।

Share