ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡିଛନ୍ତି। ସିଡନୀ ଟେଷ୍ଟ ଖେଳୁଥିବା ସମୟରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ଅଷ୍ଟ୍ରେଲିଆରେ ତାଙ୍କର ସର୍ଜରି କରାଯାଇଥିଲା। ଏବେ ତାଙ୍କୁ ସୁସ୍ଥ ହେବାକୁ ୬ ସପ୍ତାହ ଲାଗିବ। ତେଣୁ ତାଙ୍କୁ ଇଂଲଣ୍ଡ ସିରିଜ୍ରୁ ବାଦ୍ ଦିଆଯାଇଛି। ସୂଚନାଯୋଗ୍ୟ, ଭାରତ ଇଂଲଣ୍ଡ ବିପକ୍ଷରେ ୪ଟି ଟେଷ୍ଟ, ୫ଟି ଟି-୨୦ ଏବଂ ୩ଟି ଏକଦିବସୀୟ ମ୍ୟାଚ୍ ଖେଳିବ। ସିରିଜ୍ର ପ୍ରଥମ ମ୍ୟାଚ୍ ଫେବୃୟାରୀ ୫ରୁ ଆରମ୍ଭ ହେବ।