ନୂଆଦିଲ୍ଲୀ,୧।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପରେ ଭାରତୀୟ ଦଳ ଏସିଆ କପ୍ରେ ପରବର୍ତ୍ତୀ ୫୦ ଓଭର ମ୍ୟାଚ ଖେଳିବ। ଆଗାମୀ ଦିନିକିଆ ବିଶ୍ୱକପକୁ ଧ୍ୟାନରେ ରଖି ଟିମ ଇଣ୍ଡିଆ ପାଇଁ ଏସିଆ କପ୍ ଟୁର୍ନାମେଣ୍ଟ ପ୍ରସ୍ତୁତି ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ୨ମ୍ୟାଚରେ ଭାରତୀୟ ଦଳର ପ୍ଲେ-୧୧ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏସିଆ କପ୍ରେ ଦଳର ମିଶ୍ରଣକୁ ନେଇ ରବିନ୍ଦ୍ର ଜାଡେଜା ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ରବୀନ୍ଦ୍ର ଜାଡେଜା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ସିରିଜ ଆମ ପାଇଁ ଏସିଆ କପ ଏବଂ ବିଶ୍ୱକପ ପୂର୍ବରୁ ଏକ୍ସପେରୀମେଣ୍ଟ ପାଇଁ ଏକ ବଡ଼ ସୁଯୋଗ ଥିଲା। ଏହି କ୍ରମରେ, ଆମେ ହୁଏତ କିଛି ନୂତନ ବିକଳ୍ପ ଚେଷ୍ଟା କରିଛୁ କିନ୍ତୁ ଏସିଆ କପ ପାଇଁ ୧୧ ଖେଳ ସ୍ଥିର ହୋଇସାରିଛି।