ସିଡନୀ,୧୨।୧: ଭାରତୀୟ କ୍ରିକେଟ ଟିମ୍ର ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହେବା ପରେ ଚତୁର୍ଥ ଟେଷ୍ଟରୁ ବାହାର ହୋଇଛନ୍ତି। ଅଷ୍ଟ୍ରେଲିଆରେ ସେ ନିଜ ଆଙ୍ଗୁଠିର ସର୍ଜରୀ କରାଇଛନ୍ତି। ଏହାପରେ ସେ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। କିଛି ସମୟ ପାଇଁ କାମରୁ ଦୂରରେ ରହିବି। ହେଲେ ସର୍ଜରୀ ଶେଷ ହୋଇଛି। ଶୀଘ୍ର ଦମଦାର ଭାବେ ଫେରିବି ବୋଲି ଜାଡେଜା ଟୁଇଟ୍ କରି କହିଛନ୍ତି।
ପ୍ରକାଶ ଯେ, ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଜାଡେଜା ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ପାଳିରେ ୪ ଉଇକେଟ ନେଇଥିବା ବେଳେ ବ୍ୟାଟିଂ ବେଳେ ଆହତ ସତ୍ତ୍ୱେ ୨୮ ରନ୍ କରିଥିଲେ। ଏହାଛଡ଼ା ସ୍ଟିଭ୍ ସ୍ମିଥ୍ଙ୍କୁ ରନ୍ଆଉଟ୍ କରିବାକୁ ନେଇ ତାଙ୍କର ପ୍ରଶଂସା କରାଯାଇଥିଲା।