ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ-ଭଉଣୀଙ୍କ ମଧ୍ୟରେ କଥା କଟାକଟି

ଅହମଦାବାଦ,୧୦।୯:ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭା ଏବଂ ଭଉଣୀ ନୟନା ମୁହାଁମୁହିଁ ହୋଇଛନ୍ତି। ରିଭା ଗତ ସପ୍ତାହରେ ଜନ୍ମଦିନ ପାଳନ କରିବା ପାଇଁ ଜାମନଗରର ଏକ ଗାଁରେ ପହଞ୍ଚିଥିଲେ। ଏଠାରେ ଥିବା ମହିଳାମାନଙ୍କୁ ସମ୍ବୋଧିତ କରିବାବେଳେ ସେ ସେମାନଙ୍କୁ କରୋନା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ, ତା’ପରେ ତାଙ୍କ ନଣନ୍ଦ ତଥା କଂଗ୍ରେସ ନେତ୍ରୀ ନୟନା କହିଛନ୍ତି ଯେ, କରୋନା ସଂକ୍ରମଣ ବିସ୍ତାର ପାଇଁ ଭାଜପା ନେତାମାନେ ନିଜେ ଦାୟୀ। ଗତ ଲୋକସଭା ନିର୍ବାଚନ ପୂର୍ବରୁ ରିଭା ଜାଡେଜା ଭାଜପାରେ ଯୋଗ ଦେଇଥିବାବେଳେ ନୟନା ତାଙ୍କ ପିତାଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ। ରିଭା କିଛି ଦିନ ପୂର୍ବରୁ ଜାମନଗର ଗାଁରେ ମହିଳା ସମ୍ମିଳନୀ କରିଆସୁଥିଲେ ଏବଂ ଗତ ସପ୍ତାହରେ ସେମାନଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରିଭା ଏବଂ ନୟନା ଉଭୟ ଜାମନଗର ଜିଲାରେ ନିଜ ନିଜର ସ୍ଥିତି ଦୃଢ କରିବାକୁ ଚାହୁଁଛନ୍ତି।

Share