କଞ୍ଚା ଆମ୍ବ ସୁପ୍‌

ଆବଶ୍ୟକ ସାମଗ୍ରୀ: ଏକ କେଜି. କଞ୍ଚା ଆମ୍ବ, ଛୋଟ କଟା ଅଦା ୩ ବଡ ଚାମଚ, ଶୁଣ୍ଠି ପାଉଡର ୧ ଚାମଚ, ପୁଦିନା ପତ୍ର ୪ ବଡ ଚାମଚ, ଚିନି ୨-୩ ବଡ ଚାମଚ, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ ଅଧା ଛୋଟ ଚାମଚ, କଳା ଲୁଣ ଅଧା ଛୋଟ ଚାମଚ, ଗୁଜୁରାତି ଗୁଣ୍ଡ ଅଧା ଛୋଟ ଚାମଚ, ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଆମ୍ବ ଚୋପା ଛଡାଇ ଏହାକୁ ଛୋଟ ଛୋଟ କାଟି ଦିଅନ୍ତୁ। ଏହାକୁ ପାଣିରେ ଅଦା ପକାଇ ସିଝାନ୍ତୁ। ସିଝିବା ପରେ ଏହାକୁ କାଢି ଗ୍ରାଇଣ୍ଡ କରି ଦିଅନ୍ତୁ। ମନେ ରଖନ୍ତୁ ଯେପରି ଏହା ଅଧିକ ବହଳିଆ କିମ୍ବା ପାଣିଆ ନ ହୁଏ। ସେଥିରେ ଚିନି, କଳାଲୁଣ, ଗୁଜୁରାତି ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସ୍ବାଦଅନୁସାରେ ଲୁଣ ଏବଂ ପୁଦିନା ପତ୍ର ପକାଇ ଗୋଳାନ୍ତୁ। ଏହାକୁ କିଛି ସମୟ ଫ୍ରିଜ୍‌ରେ ରଖନ୍ତୁ। ଥଣ୍ଡା ହେବା ପରେ ପରିବାର ଲୋକଙ୍କୁ ଏହି ଟେଷ୍ଟି ମ୍ୟାଙ୍ଗୋ ସୁପ୍‌ ପିଇବାକୁ ଦିଅନ୍ତୁ।