କୁମ୍ଭମେଳା ପାଇଁ ବଳିପଡ଼ିଥିଲେ ରାଓ୍ବତ

ଡେରାଡୁନ୍‌, ୯ା୫: ଭାରତରେ କରୋନା ବିସ୍ଫୋରଣର ଅନ୍ୟତମ ପ୍ରମୁଖ କାରଣ ପାଲଟିଥିବା କୁମ୍ଭମେଳା ନେଇଥିଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ପଦ। କୋଭିଡ୍‌ କଟକଣା ମଧ୍ୟରେ ହରିଦ୍ୱାରଠାରେ ପ୍ରତୀକାତ୍ମକ ଭାବେ କୁମ୍ଭମେଳା ଆୟୋଜନ କରିବା ନିଷ୍ପତ୍ତି ଭାଜପା ନେତା ରାଓ୍ବତଙ୍କୁ ମହଙ୍ଗା ପଡ଼ିଥିଲା। ଏଥିଯୋଗୁ ଗତ ମାର୍ଚ୍ଚରେ ରାତାରାତି ତାଙ୍କ ଉପରେ ଚାପ ପକାଯାଇ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା ବୋଲି ନିକଟରେ କିଛି ସାକ୍ଷାତକାରରେ କେତେକ ଭାଜପା ନେତାଙ୍କ ମତରୁ ଏଭଳି କଥା ସାମ୍‌ନାକୁ ଆସିଛି। ଭାଜପା ନେତୃବୃନ୍ଦଙ୍କ ସମେତ ଅଖିଳ ଭାରତୀୟ ଆଖଡ଼ା ପରିଷଦ(ଏବିଏପି) ଏବଂ ହରିଦ୍ୱାର ମହାକୁମ୍ଭ ସହ ଜଡ଼ିତ ବିଭିନ୍ନ ଅଧିକାରୀଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ିଛି ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରଯାଇଛି। ୫ ମହନ୍ତ, ୨ ଭାଜପା ନେତା ଏହା ସ୍ପଷ୍ଟ କରିଛନ୍ତି ଯେ, ଏବିଏପି, ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆର୍‌ଏସ୍‌ଏସ୍‌) ସମେତ ଉତ୍ତରାଖଣ୍ଡ କ୍ୟାବିନେଟର କେତେଜଣ ମନ୍ତ୍ରୀ କୁମ୍ଭମେଳାର ଭବ୍ୟ ଆୟୋଜନ କରି ସର୍ବନିମ୍ନ କରୋନା କଟକଣା ଲଗାଇବାକୁ ଚାହୁଁଥିଲେ। ଏପରିକି ୧୨ ବର୍ଷରେ ଥରେ ପାଳନ ହେଉଥିବା କୁମ୍ଭମେଳା ୨୦୨୨ରେ ପଡ଼ୁଥିଲେ ହେଁ କେତେଜଣ ଜ୍ୟୋତିଷ ଏବଂ ପଣ୍ଡିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ୨୦୨୧ରେ ପାଳନ କରିବାକୁ କହିଥିଲେ।
ପ୍ରକାଶ ପାଇଛି ଯେ, ରାଜନୀତିରେ ଦୁଇ ଦଶନ୍ଧିରୁ ଦୀର୍ଘ ଅଭିଜ୍ଞତା ଥିବା ଜଣେ ଭାଜପା ନେତା କହିଛନ୍ତି, କୁମ୍ଭମେଳା ଆୟୋଜନ ଉଭୟ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣକୁ ନେଇ ନିଷ୍ପତ୍ତି ହେବାର ଥିଲା। କିନ୍ତୁ ତ୍ରିବେନ୍ଦ୍ର ସିଂ ରାଓ୍ବତ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେଇ ଏହି ଉତ୍ସବରେ କଟକଣା ଲଗାଇବାକୁ ଚାହିଁଥିଲେ। ୮ ମାସ ପରେ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଥିବାରୁ ଲୋକଙ୍କ ଧର୍ମୀୟ ଭାବାବେଗକୁ ଦୃଷ୍ଟିରେ ରଖି କୁମ୍ଭମେଳାକୁ ଅନୁମତି ଦିଆଯାଇଥିଲା। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତ୍ରିବେନ୍ଦ୍ର ଏକ ବୈଠକରେ ଆଲୋଚନା କରିଥିଲେ। କୁମ୍ଭମେଳା ଏକ ବଡ଼ ହିନ୍ଦୁ ପର୍ବ ଏବଂ ଆଖଡ଼ାଗୁଡ଼ିକ ସେମାନଙ୍କ ପ୍ରସ୍ତୁତିରେ ବାଧାର ସମ୍ମୁଖୀନ ହେବା ଉଚିତ ନୁହେଁ ବୋଲି ମୋଦି କହିଥିବା ସମ୍ପୃକ୍ତ ଭାଜପା ନେତା କହିଛନ୍ତି। ବିନା କୌଣସି ବିବାଦରେ ଏହାର ଆୟୋଜନ ହେବା ଉପରେ ମୋଦି ଗୁରୁତ୍ୱ ଦେଇଥିଲେ। ଏହା ହିଁ ରାଓ୍ବତ ଓ ଆଖଡା ମଧ୍ୟରେ ବିବାଦର କାରଣ ପାଲଟିଥିଲା ଏବଂ ଏଥିପାଇଁ ରାଓ୍ବତ ମାର୍ଚ୍ଚ ୯ରେ ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଥିଲେ।
ବର୍ଷ କରୋନା ମହାମାରୀର ଘାତକ ସଂକ୍ରମଣ ଜାରିଥିବା ସତ୍ତ୍ୱେ କୁମ୍ଭମେଳା ଆୟୋଜନ ହୋଇଥିଲା। ଜାନୁୟାରୀ ୧୪ରୁ ଏପ୍ରିଲ ୨୭ ମଧ୍ୟରେ ୯୦ ଲକ୍ଷରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ହରିଦ୍ୱାରଠାରେ ଗଙ୍ଗାନଦୀରେ ବୁଡ଼ ପକାଇଥିଲେ। ଏଥିଯୋଗୁ ହଜାର ହଜାର ସଂଖ୍ୟାରେ ଲୋକେ କରୋନାରେ ଆକ୍ରାନ୍ତ ହେବା ସହ ଦେଶର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବଢ଼ାଇ ସାଧାରଣରେ ‘ସୁପର ସ୍ପ୍ରେଡର’ ଆଖ୍ୟା ପାଇଥିଲା। ତେବେ ଉତ୍ତରାଖଣ୍ଡର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ତିରଥ ସିଂ ରାଓ୍ବତ ଏହି ଅଭିଯୋଗକୁ ଖଣ୍ଡନ କରି କୁମ୍ଭମେଳା ଯୋଗୁ କରୋନା ବ୍ୟାପି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri