ରେ-ବ୍ୟାନ୍‌ ମାଲିକ ଡେଲ୍‌ ଭେକିଓଙ୍କ ପରଲୋକ

ରୋମ, ୨୭ା୬: ଚଷମା କମ୍ପାନୀ ରେ-ବ୍ୟାନ୍‌ ମାଲିକ ଲିଓନାର୍ଡୋ ଡେଲ୍‌ ଭେକିଓ(୮୭)ଙ୍କ ପରଲୋକ ହୋଇଛି। ଏ ନେଇ ତାଙ୍କ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଫୋର୍ବସ ତାଲିକା-୨୦୨୨ରେ ପ୍ରକାଶିତ ବିଲିୟନେୟାରଙ୍କ ମଧ୍ୟରେ ଇଟାଲୀର ଏହି ଦ୍ୱିତୀୟ ଧନୀଙ୍କ ସମ୍ପତ୍ତି ୨୭.୩ ବିଲିୟନ ଡଲାର ଆକଳନ କରାଯାଇଥିଲା। ୧୯୩୫ ମେ ୨୨ରେ ଏକ ଗରିବ ପରିବାରରେ ଜନ୍ମିତ ଡେଲ୍‌ଙ୍କ ବାଲ୍ୟକାଳ ଅନାଥାଶ୍ରମରେ ବିତିଥିଲା। ୧୯୬୧ରେ ସେ ଲୁକ୍ସୋଟିକା କମ୍ପାନୀ ପ୍ରତିଷ୍ଠା କରିଥିଲେ, ଯାହା କି ଅପ୍ଟିକାଲ ଇଣ୍ଡଷ୍ଟ୍ରିକୁ ବିଭିନ୍ନ ପାର୍ଟ ଯୋଗାଉଥିଲା। ପରେ ପ୍ରଡକ୍ସନ ପ୍ରକ୍ରିୟା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ପ୍ରସ୍ତୁତ ସହ ଫ୍ୟାଶନ ବ୍ରାଣ୍ଡ୍‌ ରେ-ବ୍ୟାନ୍‌, ପେର୍‌ସୋଲ, ଓକ୍‌ଲେ ଆଦି ପ୍ରତିଷ୍ଠା କରିଥିଲେ।

Share