ରେ-ବ୍ୟାନ’ର ନୂତନ କଲେକ୍ସନ

ଭୁବନେଶ୍ୱର,୧।୮: ଦେଶର ଜଣାଶୁଣା ଆଇ ଗ୍ଲାସ ବ୍ରାଣ୍ଡ ରେ-ବ୍ୟାନର ନୂତନ କଲେକ୍ସନ ‘ରିଭର୍ସ ଆଇ ଉୟର’ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ବହୁ ପରୀକ୍ଷା ନିରୀକ୍ଷା ପରେ ଉକ୍ତ ଉପତ୍ାଦକୁ ବଜାର ପ୍ରବେଶ ସହ ଗ୍ରାହକଙ୍କ ନିକଟରେ ନୂଆ ଶୈଳୀର ଡିଜାଇନ ମଧ୍ୟ ଉପସ୍ଥାପିତ କରାଯାଇଛି। ସେହିଭଳି ସୁପର ମଡେଲ ଭିଟୋରିଆ ସେରେଟିଆସଙ୍କ ଆକର୍ଷଣୀୟ ଚେହେରା ହାଇଫ୍ୟାସନ ଭିଡିଓ ମାଧ୍ୟମରେ ରିଭର୍ସ ଆଇ ଉୟର ପିନ୍ଧିଥିବା ମଡେଲ ପ୍ରଦର୍ଶନ କରାଯାଇଛି। ବିଶେଷ କରି ଆଖି ଉପରେ ଧ୍ୟାନ ରଖିବାବେଳେ ରିଭର୍ସ ଧାରଣାକୁ ଜୀବନ୍ତ କରିବା ଲାଗି ଏଭଳି ଏକ ଡିଜାଇନକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ଏ ସମ୍ପର୍କରେ ଏସିଲର ଲକ୍ସୋଟିକାର ନିର୍ଦ୍ଦେଶକ (ଆରଏଣ୍ଡଡି ପ୍ରଡକ୍ଟ ଷ୍ଟାଇଲ ଲାଇସେନସିଂ) ଫେଡେରିକୋ ବୁଫା କହିଛନ୍ତି, ଆମେ ସବୁବେଳେ ନୂଆ ଡିଜାଇନର ବିଶ୍ଳେଷଣ କରିଥାଉ। ଏପରିକି ରେ ବ୍ୟାନ ରିଭର୍ସ କଲେକ୍ସନ ହେଉଛି, ଚକ୍ଷୁ ଶିଳ୍ପରେ ଏକ ବିପ୍ଳବ। ଏହା ଏକ ନୂଆ ଜ୍ଞାନ କୌଶଳରେ ନିର୍ମିତ ବୋଲି ବୁଫା ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିଭଳି ମୁଖ୍ୟ ମାର୍କେଟିଂ ଅଫିସର ଏସିଲୋର ଲକ୍ସୋଟିକା କହିଛନ୍ତି, ଆମର ଉପତ୍ାଦ କ୍ଲାସିକ ଷ୍ଟାଇଲରେ ଗଠିତ ଏହା ସବୁ ବର୍ଗର ଲୋକଙ୍କର ପସନ୍ଦ ହେବ। ଏକ ଏର୍ଗୋନୋମିକ ୟୁନିଭର୍ସାଲ ଫ୍ରେମ ସହ ରେ ବ୍ୟାନ ରିଭର୍ସ ଆଭିଏଟର, ୱେଫେରର, କାରଭାନ ଓ ବଏ ଫ୍ରେଣ୍ଡ ଆଦି ବିକଶିତ ହୋଇଛି। ବିଶେଷ କରି ଆମେ ସର୍ବଦା ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ଦେଇ ଉପତ୍ାଦ ପ୍ରସ୍ତୁତ କରିଥାଉ ବୋଲି ବ୍ରାଣ୍ଡ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରେ-ବ୍ୟାନ କଲେକ୍ସନର ମୂଲ୍ୟ ୧୦୯୦ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଏହା ଦେଶର ସମସ୍ତ ଅଗ୍ରଣୀ ଷ୍ଟୋର, ସନଗ୍ଲାସ ହଟସ ଓ ଅନଲାଇନ ପ୍ଲାଟଫର୍ମ ଆଦିରେ ମଧ୍ୟ ଉପଲବ୍ଧ।

Share