ଚୋର, ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୩।୬: ଶାନ୍ତ, ସରଳ ଲୋକଙ୍କ ଜିଲା ରୂପେ ପରିଚିତ ରାୟଗଡ଼ାରେ ଏବେ ଅପରାଧ ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷକରି ବନ୍ଦ ଘର, ଦୋକାନ, ମନ୍ଦିର, ରାସ୍ତାରେ ଯାଉଥିବା ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ଚୋରି ଏବଂ ଲୁଟ୍‌ ବଢ଼ୁଛି। ଏମିତିକି ଘରେ ପଶି ବନ୍ଧୁକ ମୁନରେ ଭୟଭୀତ କରି ଲୁଟ୍‌ କରିବା ଭଳି ଘଟଣା ବାରମ୍ବାର ନଜରକୁ ଆସୁଛି। ଅଭିନବ ଉପାୟରେ ଅତି ଚତୁରତାର ସହ ଦୁର୍ବୃତ୍ତମାନେ ଚୋରି କରୁଥିବାବେଳେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ଚ୍ୟାଲେଞ୍ଜ ହେଉଛି। ଚୋରିର ଦୀର୍ଘ ମାସ ବିତିଯାଉଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର ପାଉନି। ଏହାକୁ ନେଇ ରାୟଗଡ଼ା ଜିଲାବାସୀ ଏବେ ପୋଲିସ ଉପରୁ ଆସ୍ଥା ହରାଇଛନ୍ତି।
ପୂର୍ବରୁ ଜିଲାରେ ରୋରି ସଂଖ୍ୟା ଅତି କମ୍‌ ରହିଥିବାବେଳେ କରୋନା ପରେ ଏହା ଚୋର ଏବଂ ଡକାୟତଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦିନ ଦ୍ୱିପ୍ରହରରେ ମଧ୍ୟ ନିର୍ଭୟରେ ଚୋରି କରୁଛନ୍ତି। ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଅଭିଯୋଗ ପରେ ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିପାରୁନାହିଁ। ତେଣୁ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରବାସୀ ରାତିରେ ଶାନ୍ତିରେ ଶୋଇବାକୁ ମଧ୍ୟ ଭୟ କରୁଛନ୍ତି। ରାୟଗଡ଼ା ସହରର ସାଇପ୍ରିୟା ନଗର ଅଞ୍ଚଳର ଏମ୍‌. ଭେଙ୍କଟ ରାଓଙ୍କ ଘରେ ଦୁର୍ବୃତ୍ତମାନେ ପଶି ଗୋଡ଼, ହାତ, ଗୋଡ଼ ବାନ୍ଧି ସୁନା ଓ ଟଙ୍କା ଲୁଟି ନେଇଥିଲେ। କାସ୍ତୁରୀ ନଗର ବାସିନ୍ଦା ଏନ୍‌. ସାବିତ୍ରୀଙ୍କ ଘରେ ମଧ୍ୟ ଦୁର୍ବୃତ୍ତମାନେ ପଶି ପୁଅକୁ ଘରୁ ବାହାର କରି ମାରଣାସ୍ତ୍ର ଦେଖାଇ ବେକରୁ ୩ ଭରି ସୁନା ଚେନ୍‌ ଟାଣି ନେଇଥିଲେ। ଉଭୟ ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବା ଲୁଟ୍‌ର ଶିକାର ହୋଇଥିବା ପରିବାର ଲୋକେ କହିଛନ୍ତି।
ଏହା ବ୍ୟତୀତ ଜିଲାରେ ଶେଷେଖାଲ ଥାନା ନିକଟରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧ କେଜି ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ମାସେ ପୁରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳତା ପାଇନି। ସେହିପରି ଗୁଣପୁର ଥାନା ଅଞ୍ଚଳରେ ସୁନା ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ୩କେଜି ସୁନା ଓ ୨ଲକ୍ଷ ଟଙ୍କା ଲୁଟ୍‌ ଘଟଣା, ଠାକୁରାଣୀ ମନ୍ଦିରରୁ ୨ ଥର ଚୋରି, ଥାନା ନିକଟ କାଶୀ ବିଶ୍ୱନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି, ଶନିବାର ଗୁଣପୁର ସହରରେ ଏକ ବନ୍ଦ ଘରୁ ୭ ତୋଳା ସୁନା ଅଳଙ୍କାର ଚୋରି, ବିବାହ କାର୍ଡ ଦେବା ନାଁରେ ବେକରେ ଛୁରୀ ଲଗାଇ ଲୁଟ୍‌ ଉଦ୍ୟମ, ଦୋକାନ ଶଟର୍‌ ତାଡ଼ି ଲୁଟ୍‌ ଆଦି ଘଟଣାର ଏ ପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇପାରିନି। ଏ ନେଇ ଅତିରିକ୍ତ ଏସ୍‌ପି ରାମ ପ୍ରସାଦ ସାହୁଙ୍କୁ ପଚାରବାରୁ, ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ସମସ୍ତ ଉଦ୍ୟମ ଚଳାଇଥିବା କହିଛନ୍ତି। ଏଥିସହ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଯୋଗୁ ତଦନ୍ତ ପ୍ରକ୍ରିୟା ଆଗେଇ ପାରୁନି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଗୁଡ଼ିକ ଅକାମି ହୋଇ ପଡ଼ିଛି। ଏଗୁଡ଼ିକୁ ମରାମତି କଲେ ପୋଲିସ ଚୋରମାନଙ୍କୁ ଧରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ସେହିପରି ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଗୁଣି ଗାରେଡ଼ି ସନ୍ଦେହ: ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ଅଟକାଇବାକୁ ଯାଇ IIC ଆହତ

ରାୟଗଡ଼ା/ପଦ୍ମପୁର,୨୨।୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର)- ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ, ରାୟଗଡ଼ା ଶିଶୁ ମଙ୍ଗଳ କମିଟିର ତନାଘନା

ରାୟଗଡା,୧୯।୪(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି। ଜଣେ ୧୪ ବର୍ଷ ତଥା ଷଷ୍ଠ ଶ୍ରେଣୀର ଛାତ୍ରୀ...

ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ୍‌, ରୁଟ୍‌ରେ ଅଟକିଲା ଏକ୍ସପ୍ରେସ୍‌

ରାୟଗଡ଼ା,୧୯ା୪: ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ ଇଞ୍ଜିନର ପେଣ୍ଟୋଗ୍ରାଫ୍‌ କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁ କେ.ଆର ଲାଇନରେ...

ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା…

ରାୟଗଡା,୧୬।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଚୋରି ପାଇଁ ଉଦ୍ୟମ...

କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ

ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ...

ମଦ ଦୋକାନ ସ୍ଥାନାନ୍ତର ଦାବିକଲେ ମହିଳା

ରାୟଗଡ଼ା,୭।୪ (ଭାଗ୍ୟଶ୍ରୀ ମିଶ୍ର)- ରାୟଗଡ଼ା ସହରର ନ୍ୟୁକୋଲୋନୀଠାରେ ଥିବା ୨ଟି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବିକରି ଉକ୍ତ ଅଞ୍ଚଳର ମହିଳାମାନେ ସୋମବାର ଜିଲାପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image