ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍‌ର ଲିପ୍‌ସା ଖୋସଲା(୧୩) ୫୩ ବର୍ଗରେ ଭାଗ ନେଇ ୮୫ କେଜି ଭାରୋତ୍ତଳନ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଡେଡ୍‌ ଲିଫ୍ଟରେ ୭୫ କେଜି ଓଜନ ଭାର ଉତ୍ତୋଳନ କରି ସେ ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ୟତମ ପ୍ରତିଯୋଗୀ ପିଙ୍କି ହୁଇକା (୨୦) ଡେଡ୍‌ ଲଫ୍ଟରେ ୪୩ ବର୍ଗରେ ୭୦ କେଜି ଭାରୋତ୍ତଳନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ପାୱାର ଲିଫ୍ଟିରେ ୪୩ ବର୍ଗରେ ୪୫ କେଜି ଭାରୋତ୍ତଳନ କରି ସ୍ବର୍ଣ୍ଣ ପଦକ ପାଇଛନ୍ତି।

Share