ଦୀର୍ଘ ୩୨ ବର୍ଷର ବୈବାହିକ ଜୀବନ ପରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରେମଣ୍ଡ ଗ୍ରୁପ୍‌ ଚେୟାରମ୍ୟାନ୍‌; ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦୀର୍ଘ ୩୨ ବର୍ଷର ବୈବାହିକ ଜୀବନ ପରେ ପ୍ରତିଷ୍ଠିତ ରେମଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ସିଙ୍ଘାନିଆ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଠାରୁ ଅଲଗା ହୋଇଛନ୍ତି। ଏନେଇ ସେ ଘୋଷଣା କରିବା ପରେ ଦୁହେଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଉଭୟଙ୍କ ଦୁଇ ସନ୍ତାନ ନିହାରିକା ଏବଂ ନିଶା ଅଛନ୍ତି।
ପ୍ରଥମେ ଦୀପାବଳିରେ ନଓ୍ବାଜ୍‌ଙ୍କୁ ଗୌତମଙ୍କ ପାର୍ଟିରେ ସାମିଲ ହେବାକୁ ଦିଆଯାଇ ନ ଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାର କେଇ ଘଣ୍ଟା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଗୌତମ ଏନେଇ ଜଣାଇଛନ୍ତି। ଉଭୟଙ୍କ ରାସ୍ତା ଅଲଗା ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।
ଦେଖନ୍ତୁ ଟୁଇଟ୍‌:

Share